Advertisment

ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଆସିଲା ଖଡ଼ି ପ୍ରସାଦ, ଆସନ୍ତାକାଲି ଯାଏଁ ବନକଲାଗି

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଅଣବସରର ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ହୋଇଥିଲା। ଏହି ସମୟରେ ଘଣ୍ଟ, ଛତା, କାହାଳୀ ବାଜି ଉଠିଥିଲା। ଏହି ଧ୍ୱନୀରେ ଶ୍ରୀମନ୍ଦିର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ପରିବେଶ ଭକ୍ତିମୟ ହୋଇ ଉଠିଥିଲା। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦକୁ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ  ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିଥିଲେ। ଯାହା ଭିତରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଆସିଲା ଖଡ଼ି ପ୍ରସାଦ, ଆସନ୍ତାକାଲି ଯାଏଁ ବନକଲାଗି

RATHA

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଅଣବସରର ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ ନୀତି ସମ୍ପନ୍ନ ହୋଇଛି। ଦତ୍ତମହାପାତ୍ର ସେବାୟତଙ୍କ ଦ୍ୱାରା ଖଡି ପ୍ରସାଦ ବିଜେ ହୋଇଥିଲା। ଏହି ସମୟରେ ଘଣ୍ଟ, ଛତା, କାହାଳୀ ବାଜି ଉଠିଥିଲା। ଏହି ଧ୍ୱନୀରେ ଶ୍ରୀମନ୍ଦିର ଠାରୁ ଶ୍ରୀନଅର ପର୍ଯ୍ୟନ୍ତ ପରିବେଶ ଭକ୍ତିମୟ ହୋଇ ଉଠିଥିଲା। ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦକୁ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ  ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ଅର୍ପଣ କରିଥିଲେ। ଯାହା ଭିତରେ ରହିଥିଲା ମହାପ୍ରଭୁଙ୍କ ନିକଟରୁ ବାହାରିଥିବା ଫୁଲ ଓ ତୁଳସୀ ପ୍ରସାଦ। ଏହି ନୀତିବେଳେ ଦଇତାପତିମାନଙ୍କ ସାମ୍ନାରେ ଦତ୍ତ ମହାପାତ୍ର ଓ ପ୍ରଧାନୀ ହାତ ପଇଠ ହୋଇଯାଆନ୍ତି।

Advertisment

ଏହି ନୀତି ସମାପନ ସହ ଶ୍ରୀମନ୍ଦିରରେ ମହାପ୍ରଭୁମାନଙ୍କ ବନକଲାଗି ନୀତି ଆରମ୍ଭ ହୋଇଛି। ଦତ୍ତମହାପାତ୍ର ସେବାୟତମାନେ ହିଙ୍ଗୁଳ, ହରିତାଳ, କେଶର, କସ୍ତୁରୀ, କର୍ପୂର, କଇଥ ଅଠା, କଳାତେଲ ପ୍ରଭୃତି ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ଆରମ୍ଭ କରିଛନ୍ତି। ଏହି ବନକଲାଗି ନୀତି ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ।

ବନକଲାଗି ପରେ ଚକା ଅପସର ଲାଗି ହେବ। ନୂଆ କନା ପଡ଼ି ଏଗୁଡ଼ିକ ତିଆରି ହୋଇଥାଏ। ଏହା ଲାଗି ପରେ ଏବଂ ଦଶବତାର ଠାକୁରମାନଙ୍କର ଆଳତି ଓ ଅବକାଶ ନୀତି ପରେ ମହାଜନମାନେ ଦଶାବତାରରୁ ପାଞ୍ଚମୂର୍ତ୍ତି ଦକ୍ଷିଣ ଘରକୁ ନେବେ। ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଇବେ। ପଟିଦିଅଁଙ୍କୁ ବିମଳା ମନ୍ଦିର ନିକଟସ୍ଥ ମଣ୍ଡଣି ଘରକୁ ବିଜେ କରାଇବେ। ଏହା ପରେ କୋଠ ସୁଆଁସିଆମାନେ ଅଣସର ଘରୁ ତାଟି ଓ ଖଟ ବାହାର କରିବେ। ଭିତରେ ପାଣି ପଡ଼ିବା ପରେ ସେବକମାନେ ଓ ସର୍ବସାଧାରଣ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ।

Advertisment

ସେତବେଳକୁ ଅମାବାସ୍ୟାର ସକାଳ ବା ବୁଧବାର ହୋଇଯାଇଥିବ। ଠାକୁରଙ୍କ ଏହି ନବଯୌବନ ଦର୍ଶନ କରି ଶ୍ରଦ୍ଧାଳୁଙ୍କ ଅପକ୍ଷେରା ଅନ୍ତ ଘଟିବ।

Rathayatra 2022