Advertisment

ଜଙ୍ଗଲରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡଙ୍ଗରମୁଣ୍ଡା ଗାଁର ଜଂଗଲ ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି। ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଚନ୍ଦ୍ର ଭୋଇ ଓ ମୃତ ଯୁବତୀ ଜଣକ ତୁଷୁରା ନିକଟ ନୂଆପଡ଼ା ଗାଁର ଯାଜ୍ଞସେନୀ କୁଅଁର ବୋଲି ଜଣାପଡ଼ିଛି। ଖବର ପାଇ ସଇଁତଳା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏହି ଯୁବକ ଓ ଯୁବତୀଙ୍କୁ କେହି ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଜଙ୍ଗଲରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ

dead-body

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡଙ୍ଗରମୁଣ୍ଡା ଗାଁର ଜଂଗଲ ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ମିଳିଛି। ମୃତ ଯୁବକ ଡଙ୍ଗରମୁଣ୍ଡା ଗାଁର ଚନ୍ଦ୍ର ଭୋଇ ଓ ମୃତ ଯୁବତୀ ଜଣକ ତୁଷୁରା ନିକଟ ନୂଆପଡ଼ା ଗାଁର ଯାଜ୍ଞସେନୀ କୁଅଁର ବୋଲି ଜଣାପଡ଼ିଛି।

Advertisment

ଖବର ପାଇ ସଇଁତଳା ପୁଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏହି ଯୁବକ ଓ ଯୁବତୀଙ୍କୁ କେହି ହତ୍ୟା କରିଛି ନା ସେମାନେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ଘଟଣାସ୍ଥଳରୁ ମିଳିଥିବା ପ୍ରମାଣକୁ ପୁଲିସ ଜବତ କରିଛି। ଏଥିସହ ମୃତକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୁଲିସ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Advertisment