award
ଭୁବନେଶ୍ୱର: ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ। ରବିବାର ସଂଧ୍ୟାରେ ଉତ୍କଳ ମଣ୍ଡପ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଅା ଚଳଚ୍ଚିତ୍ରକୁ ଜୀବନବ୍ୟାପି ଅବଦାନ ପାଇଁ ବିଶିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଲାଇଫ୍ ଟାଇମ୍ ଅାଚିଭମେଣ୍ଟ ଅାଓ୍ୱାର୍ଡ ପ୍ରଦାନ କରାଯାଇଛି। ସେହିପରି ତରଙ୍ଗ ସିନେ ପ୍ରଡକସନ୍ସର ‘ଲଭ୍ ଷ୍ଟେସନ୍’କୁ ମିଳିଛି ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଏହି ଚଳଚ୍ଚିତ୍ର ପାଇଁ ଅଶୋକ ପତିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ବାବୁସାନଙ୍କୁ ଶ୍ରେଷ୍ଠ ଅଭିନେତା ଓ ପପୁ ପମ୍ ପମ୍ଙ୍କୁ ଶ୍ରେଷ୍ଠ ହାସ୍ୟ ଅଭନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି। ସମୁଦାୟ ୪ଟି ବିଭାଗରେ ପୁରସ୍କାର ହାତେଇଛି ‘ଲଭ୍ ଷ୍ଟେସନ୍’। ସେହିଭଳି ଲଭ୍ ପାଇଁ କୁଛ୍ ଭି କରେଗା ଫିଲ୍ମ ପାଇଁ ମିହିର ଦାସଙ୍କୁ ଶ୍ରେଷ୍ଠ ଚରିତ୍ର ଅଭିନେତା ଓ ‘ତୁ କହିବୁ ନା ମୁଁ’ ଫିଲ୍ମ ପାଇଁ ଅପରାଜିତା ମହାନ୍ତିଙ୍କୁ ମିଳିଛି ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ପୁରସ୍କାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
