Advertisment

ପ୍ରେମୀ ଯୁଗଳଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଗଲା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଟ୍ରେନ୍‌ ଲାଇନ୍‌ରେ ଶୋଇଗଲେ ପ୍ରେମିକ ଓ ପ୍ରେମିକା! ଆଉ ତା’ପରେ ସେମାନଙ୍କ ଉପରେ ମାଡ଼ିଗଲା ଲୌହ ଦାନବ। ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଗଲା। ୧୦ ବର୍ଷର ପ୍ରେମ ସମ୍ପର୍କ ବିବାହର ରୂପ ନେବା ଆଗରୁ ଅଫେରା ରାଇଜକୁ ଚାଲିଗଲେ ଶିନ ନାୟକ ଓ ତାଙ୍କ ପ୍ରେମିକା! ବ୍ରହ୍ମପୁର ରେଳ ଷ୍ଟେସନରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ଶିବ ନାୟକ। ସେ ଜଣେ ବିବାହିତ ଯୁବକ। ସେ ଦୁଇଟି ପିଲାର ବାପା। […]

ଦୁଇ ପ୍ରେମ ପକ୍ଷୀଙ୍କ ମଝିରେ କଣ୍ଟା ସାଜିଲା ପରିବାର, ବିଷ ପିଇଦେଲେ ଯୁବକ

lover

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଟ୍ରେନ୍‌ ଲାଇନ୍‌ରେ ଶୋଇଗଲେ ପ୍ରେମିକ ଓ ପ୍ରେମିକା! ଆଉ ତା’ପରେ ସେମାନଙ୍କ ଉପରେ ମାଡ଼ିଗଲା ଲୌହ ଦାନବ। ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଗଲା। ୧୦ ବର୍ଷର ପ୍ରେମ ସମ୍ପର୍କ ବିବାହର ରୂପ ନେବା ଆଗରୁ ଅଫେରା ରାଇଜକୁ ଚାଲିଗଲେ ଶିନ ନାୟକ ଓ ତାଙ୍କ ପ୍ରେମିକା!

Advertisment

ବ୍ରହ୍ମପୁର ରେଳ ଷ୍ଟେସନରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ଶିବ ନାୟକ। ସେ ଜଣେ ବିବାହିତ ଯୁବକ। ସେ ଦୁଇଟି ପିଲାର ବାପା। ଏହା ସତ୍ତ୍ୱେ ସେ ଜଣେ ୨୬ ବର୍ଷୀୟ ଯୁବତୀଙ୍କୁ ଭଲ ପାଉଥିଲେ। ସମ୍ପୃକ୍ତ ଯୁବତୀ ମଧ୍ୟ ଶିବଙ୍କୁ ପ୍ରେମ କରୁଥିଲେ। ଉଭୟଙ୍କ ପ୍ରେମ ସମ୍ପର୍କ ୧୦ ବର୍ଷର। ହେଲେ ବାହା ହୋଇ ପାରୁନଥିଲେ ଶିବ। ନିଜ ପ୍ରେମକୁ ନେଇ ସବୁବେଳେ ଟେନ୍‌ସନ୍‌ରେ ରହୁଥିଲେ!

ବୁଧବାର ଛୁଟିରେ ଥିଲେ ଶିବ ନାୟକ। ସନ୍ଧ୍ୟା ବେଳେ ଉଭୟ ଗୋଶାଣୀନୂଆଗାଁ ନିକଟସ୍ଥ ରେଳଧରଣାକୁ ଚାଲି ଯାଇଥିଲେ। ସେମାନେ ରେଳ ଧାରଣାରେ ମୁଣ୍ଡ ରଖି ଶୋଇ ପଡ଼ିଥିଲେ। ଠିକ୍‌ ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ଟି ସେମାନଙ୍କ ବେକ ଉପରେ ଚଢ଼ି ଯାଇଥିଲା। ଯାହାଫଳରେ ଉଭୟଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିଲା।

Advertisment

ଶିବ ଓ ତାଙ୍କ ପ୍ରେମିକାଙ୍କୁ ଧକ୍କା ଦେଇଥିବା ଟ୍ରେନ୍‌ର ଲୋକ ପାଇଲଟ୍‌ ଏନେଇ ବ୍ରହ୍ମପୁର ରେଳ ଷ୍ଟେସନ୍‌କୁ ଖବର ଦେଇଥିଲେ। ତା’ପରେ ଜିଆର୍‌ପି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକ ଚିହ୍ନିବା ପରେ ଜିଆର୍‌ପି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe