Advertisment

ଅନୈତିକ ସମ୍ପର୍କ ପରେ ମତାନ୍ତର, ଯୁବକଙ୍କୁ ମାରି ଫିଙ୍ଗିଦେଲା ପ୍ରେମିକା

ଖୋର୍ଦ୍ଧା(ବଳରାମ ଲେଙ୍କା): ଅନୈତିକ ସମ୍ପର୍କ ପରେ ମତାନ୍ତର। ଏହି ମତାନ୍ତର ପରେ ଯୁବକଙ୍କୁ ମାରି ଫିଙ୍ଗିଦେଲା ପ୍ରେମିକା। ଖୋର୍ଦ୍ଧା ଟାଉନ ଥାନା କେରଙ୍ଗ ଗ୍ରାମରେ ଘଟିଛି ଏହି ବିଭତ୍ସ ଘଟଣା। ଗତ ୧୭ ତାରିଖ ରାତିରେ ଖୋର୍ଦ୍ଧା ମଲିପୁର ପଞ୍ଚାୟତ ନିଆଳ ପଥର ଖଣି ଭିତରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଅଖା ଭିତରୁ ମିଳିଥିବା ମୃତଦେହ ମାମଲାର ତଦନ୍ତ କରୁଥିବା ପୁଲିସକୁ ଏହି ତଥ୍ୟ ମିଳିଛି। ଏହି ଘଟଣାର ତଦନ୍ତ କରିଥିବା ଖାର୍ଦ୍ଧା ଟାଉନ ଥାନା […]

author-image
Niranjan Mishra
ଅଦ୍ୟତନ ହୋଇଛି
ଅନୈତିକ ସମ୍ପର୍କ ପରେ ମତାନ୍ତର, ଯୁବକଙ୍କୁ ମାରି ଫିଙ୍ଗିଦେଲା ପ୍ରେମିକା

dead body

ଖୋର୍ଦ୍ଧା(ବଳରାମ ଲେଙ୍କା): ଅନୈତିକ ସମ୍ପର୍କ ପରେ ମତାନ୍ତର। ଏହି ମତାନ୍ତର ପରେ ଯୁବକଙ୍କୁ ମାରି ଫିଙ୍ଗିଦେଲା ପ୍ରେମିକା। ଖୋର୍ଦ୍ଧା ଟାଉନ ଥାନା କେରଙ୍ଗ ଗ୍ରାମରେ ଘଟିଛି ଏହି ବିଭତ୍ସ ଘଟଣା। ଗତ ୧୭ ତାରିଖ ରାତିରେ ଖୋର୍ଦ୍ଧା ମଲିପୁର ପଞ୍ଚାୟତ ନିଆଳ ପଥର ଖଣି ଭିତରୁ ହାତ ଗୋଡ ବନ୍ଧା ଅବସ୍ଥାରେ ଅଖା ଭିତରୁ ମିଳିଥିବା ମୃତଦେହ ମାମଲାର ତଦନ୍ତ କରୁଥିବା ପୁଲିସକୁ ଏହି ତଥ୍ୟ ମିଳିଛି।

Advertisment

ଏହି ଘଟଣାର ତଦନ୍ତ କରିଥିବା ଖାର୍ଦ୍ଧା ଟାଉନ ଥାନା ପୁଲିସ ହତ୍ୟାକାଣ୍ଡ ପଛରେ ଅନୈତିକ ପ୍ରେମ ସମ୍ପର୍କ ରହିଥିବା ସ୍ପଷ୍ଟ କରିଛି। ମୃତକ ଜଣକ ଆତା ଉଲ୍ଲା ଖାଁ। ଘର ଟାଉନ ଥାନାର କେରଙ୍ଗ ଗ୍ରାମରେ। ବିବାହିତ ଆତା ଉଲ୍ଲାଙ୍କ ସହ ସେହି ଗ୍ରାମର ବିବାହିତ ମହିଳା ଅଲିମା ବେଗମଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ବିଭିନ୍ନ କାରଣ ପାଇଁ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ଅଲିମା  ଆତା ଉଲ୍ଲାଙ୍କ ଉପରେ ସନ୍ଦେହ କରୁଥିଲେ। ଘଟଣା ଦିନ ପୂର୍ବ ଯୋଜନା ଅନୁସାରେ ଅଲିମା ଆତା ଉଲ୍ଲାଙ୍କୁ ନିଜ ଘରକୁ ଡାକି ଲୁହା ରଡ଼ରେ ଆକ୍ରମଣ କରିବା ସହିତ ଏକ ଧାରୁଆ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲେ।

ଏହାପରେ  ଆତା ଉଲ୍ଲାଙ୍କ ମୃତଦେହକୁ ଅଖା ଭିତରେ ଭର୍ତ୍ତିକରି ଅନ୍ୟ ତିନିଜଣଙ୍କ ସହଯୋଗରେ ବାଇକ ଯୋଗେ ନେଇ ନିଆଳ ପଥର ଖଣି ପାଣି ଭିତରେ ଫୋପାଡି ଦେଇଥିଲା ବୋଲି ପୁଲିସ କହିଛି। ଏହି ଘଟଣାର ତଦନ୍ତ କରି ପୁଲିସ ଅଲିମାଙ୍କ ସମେତ ହତ୍ୟାକାଣ୍ଡରେ ସମ୍ପୃକ୍ତ ତାଙ୍କ ପୁଅ ମହିଫୁଜ୍ , ମସହୁର ରହେମାନ,  ଅବଦୁଲ ମସହୁରଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଧାରୁଆ ଛୁରୀ, ଲୁହା ରଡ,  ମୋଟରସାଇକେଲ ଏବଂ ନଗଦ ୨ ଲକ୍ଷ ଟଙ୍କା ଜବତ କରିଛି।

Advertisment