Advertisment

ହାତଗଣ୍ଠି ପଡ଼ିବା ଆଗରୁ ଦଉଡ଼ିରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): କାଗଜ ପତ୍ରରେ ସରିଥିଲା ବାହାଘର। ରେଜିଷ୍ଟ୍ରାର ଅଫିସରେ ଉଭୟ ପତିପତ୍ନୀର ସ୍ୱୀକୃତି ମଧ୍ୟ ପାଇ ସାରିଥିଲେ। ବାକି ଥିଲା ବେଦୀରେ ବସି ହାତଗଣ୍ଠି ପଡ଼ିବା କଥା। ହେଲେ ବିଧିର ବିଧାନ କିନ୍ତୁ ଥିଲା ଭିନ୍ନ। ଏକାଠି ସଂସାର କରିବା ଆଗରୁ ହାତ ଧରାଧରି ହୋଇ ଦୁହେଁ ଚାଲିଗଲେ ଅଫେରା ରାଇଜକୁ। ହେଲେ କ’ଣ ପାଇଁ ଏମିତି ହେଲା? ସେ ପ୍ରଶ୍ନର ଉତ୍ତର ଏବେ କାହା ପାଖରେ ନାହିଁ। ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ […]

ହାତଗଣ୍ଠି ପଡ଼ିବା ଆଗରୁ ଦଉଡ଼ିରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!

suicide-in-pipilii

Advertisment

ପିପିଲି (ଦ୍ୱିତୀକୃଷ୍ଣ ପଟ୍ଟନାୟକ): କାଗଜ ପତ୍ରରେ ସରିଥିଲା ବାହାଘର। ରେଜିଷ୍ଟ୍ରାର ଅଫିସରେ ଉଭୟ ପତିପତ୍ନୀର ସ୍ୱୀକୃତି ମଧ୍ୟ ପାଇ ସାରିଥିଲେ। ବାକି ଥିଲା ବେଦୀରେ ବସି ହାତଗଣ୍ଠି ପଡ଼ିବା କଥା। ହେଲେ ବିଧିର ବିଧାନ କିନ୍ତୁ ଥିଲା ଭିନ୍ନ।

Advertisment

ଏକାଠି ସଂସାର କରିବା ଆଗରୁ ହାତ ଧରାଧରି ହୋଇ ଦୁହେଁ ଚାଲିଗଲେ ଅଫେରା ରାଇଜକୁ। ହେଲେ କ’ଣ ପାଇଁ ଏମିତି ହେଲା? ସେ ପ୍ରଶ୍ନର ଉତ୍ତର ଏବେ କାହା ପାଖରେ ନାହିଁ।

ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ସେମାନଙ୍କ ମୃତଦେହ। ଏହ  ଆତ୍ମହତ୍ୟା ମାମଲା ନା ଆଉକିଛି, ସେ କଥାକୁ ନେଇ ଉଠିଛି ପ୍ରଶ୍ନବାଚୀ। ଘଟଣା ଘଟିଛି ପୁରୀ ଜିଲା ପିପିଲି ଥାନା ମଙ୍ଗଳପୁର ପଞ୍ଚାୟତ ରାଉତପଡ଼ା କେନାଲ ନିକଟରେ। ପୁଲିସ ଦୁଇ ମୃତଦେହ ଜବତ କରି ଘଟଣାର ତଦନ୍ତ ଅରମ୍ଭ କରିଛି।

Advertisment

ପୂରା ଘଟଣା ଏମିତି। ଦୁର୍ଗାଦାଶପୁର ଗାଁ ଲବ ପୃଷ୍ଟି(୨୬) ରାଉତପଡ଼ା ଗାଁର ସୌଦାମିନୀ ବେହେରା(୨୪)ଙ୍କୁ ଦୀର୍ଘ ଦିନରୁ ଭଲ ପାଉଥିଲେ। ଉଭୟ ପରିବାରଙ୍କ ସହମତି କ୍ରମେ ରେଜିଷ୍ଟ୍ରି ମ୍ୟାରେଜ ହୋଇସାରିଥିଲା। ଆସନ୍ତା ଜାନୁଆରୀରେ ପାରମ୍ପରିକ ବାହାଘର ହୋଇଥାଆନ୍ତା। ଏଥିପାଇଁ ଲଗ୍ନ ସ୍ଥିର ମଧ୍ୟ ହୋଇଥିଲା।

ବେଶ ଖୁସିରେ ଥିଲେ ଉଭୟ। ନୂଆ ସଂସାର ଗଢ଼ିବା ପାଇଁ କେତେ କଣ ସ୍ୱପ୍ନ ଦେଖିଥିଲେ।

ହେଲେ ଆଜି ସକାଳେ କେନାଲ ନିଟକରେ ଏକ ଆକାଶିଆ ଗଛରେ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ତେବେ ପୁଅର ମୁହଁରେ ଗାମୁଛା ଓ ଝିଅର ମୁହଁରେ ଓଢ଼ଣୀ ବନ୍ଧା ହୋଇଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ମତପ୍ରକାଶ ପାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe