/odisha-reporter/media/media_files/2026/02/05/untitled-1p-2026-02-05-19-13-34.jpg)
ବୌଦ୍ଧ ଜିଲ୍ଲା ବାମଣ୍ଡା ଡିଗ୍ରୀ କଲେଜରେ ଆଜି ଦୁଇ ଜଣ ଛାତ୍ରଛାତ୍ରୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ପ୍ରେମୀ ଯୁଗଳଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି।
Advertisment
ପ୍ରେମିକ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ର ହୋଇଥିବା ବେଳେ ପ୍ରେମିକା ଯୁକ୍ତ ୩ର ତୃତୀୟ ବର୍ଷର ଛାତ୍ରୀ। ଆଜି କୌଣସି କାରଣରୁ ଉଭୟ କଲେଜ ପରିସରରେ ଥିବା ସାଇକେଲ ଷ୍ଟାଣ୍ଡରେ ବିଷ ପିଇ ଦେଇଥିଲେ। ସେମାନେ ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଘଟଣା ସଂପର୍କରେ ଜଣାପଡିବା ପରେ କଲେଜର କିଛି ଛାତ୍ରଛାତ୍ରୀ ଉଭୟଙ୍କୁ ବୌଦ୍ଧ ମେଡିକାଲକୁ ନେଇଥିଲେ।
ବୌଦ୍ଧ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଛାତ୍ରଛାତ୍ରୀ ଦ୍ୱୟ ପାୟ ତିନି ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ। ଏହା ମଧ୍ୟରେ ଛାତ୍ରୀଙ୍କ ପାଇଁ ଏକ ବିବାହ ପ୍ରସ୍ତାବ ଆସିଥିଲା। ତେବେ ସେ ପରିବାର ଲୋକଙ୍କୁ ତାଙ୍କ ପ୍ରେମିକଙ୍କ ସଂପର୍କରେ କହିଥିଲେ। ପ୍ରେମିକ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ସଂପର୍କକୁ ଛାତ୍ରୀଙ୍କ ପରିବାର ଲୋକେ ବିରୋଧ କରିଥିଲେ। ଆଉ ଆଜି ଏହି ପ୍ରେମୀ ଯୁଗଳ ଜୀବନ ହାରି ଦେବା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ କୀଟନାଶକ ଔଷଧ ପିଇ ଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
