Advertisment

ବାହା ହୋଇ ବର ଗଛରେ ଝୁଲିପଡ଼ିଲେ!

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁରେ ସମସ୍ତେ ଜାଣିଥିଲେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି। କିନ୍ତୁ ଆଜି ସକାଳ ପାହିଲା ବେଳକୁ ଗାଁ ବରଗଛରେ ସେମାନଙ୍କ ଝୁଲନ୍ତା ମୃତଦେହ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍‌ଭି-୪୨ରେ। ଝିଅଟିର ଘର ଏମ୍‌ଭି-୪୨ରେ। ପୁଅଟିର ଘର ଏମ୍‌ଭି-୯ରେ। ଝିଅଟି ନାବାଳିକା ବୋଲି କୁହାଯାଉଛି। ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ଗାଁ ଲୋକଙ୍କ କହିବା ଅନୁଯାୟୀ, ସେମାନେ ପରସ୍ପରକୁ ଭଲ ପାଉଥିଲେ। ଝିଅଟିର […]

ଅଦ୍ୟତନ ହୋଇଛି
ବାହା ହୋଇ ବର ଗଛରେ ଝୁଲିପଡ଼ିଲେ!

death

Advertisment

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁରେ ସମସ୍ତେ ଜାଣିଥିଲେ ସେମାନେ ପରସ୍ପରକୁ ଭଲ ପାଉଛନ୍ତି। କିନ୍ତୁ ଆଜି ସକାଳ ପାହିଲା ବେଳକୁ ଗାଁ ବରଗଛରେ ସେମାନଙ୍କ ଝୁଲନ୍ତା ମୃତଦେହ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏମିତି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମ୍‌ଭି-୪୨ରେ।

Advertisment

ଝିଅଟିର ଘର ଏମ୍‌ଭି-୪୨ରେ। ପୁଅଟିର ଘର ଏମ୍‌ଭି-୯ରେ। ଝିଅଟି ନାବାଳିକା ବୋଲି କୁହାଯାଉଛି। ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା। ଗାଁ ଲୋକଙ୍କ କହିବା ଅନୁଯାୟୀ, ସେମାନେ ପରସ୍ପରକୁ ଭଲ ପାଉଥିଲେ। ଝିଅଟିର ମଥାରେ ସିନ୍ଦୂର ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଗାଁ ନିକଟ ମନ୍ଦିରରେ ଗତକାଲି ରାତିରେ ବିବାହ କରି ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ କେଉଁ କାରଣରୁ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି, ତାହା ଜଣାପଡ଼ିନି। ଉଭୟ ଝିଅ ଓ ପୁଅର ପରିବାର ଲୋକେ ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇଛନ୍ତି।

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମୃତଦେହ ଦୁଇଟିକୁ ଗଛରୁ ଓହ୍ଲା ଯାଇଛି। ସେମାନଙ୍କ ବେକରେ ଗାମୁଛା ବନ୍ଧା ହୋଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ଏହା ସହିତ ଘଟଣାର ଛାନଭିନ ଆରମ୍ଭ କରିଛି ପୁଲିସ୍।

Advertisment

ଅଧିକ ପଢ଼ନ୍ତୁ : ନାକ ସର୍ଜରୀ ପାଇଁ ଯାଇଥିଲେ, କିନ୍ତୁ କାଟିବାକୁ ପଡିଲା ଦୁଇ ଗୋଡ

Odisha News Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe