Advertisment

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ତାରିଖରେ ଉପକୂଳ ଓଡ଼ିଶା ପ୍ରଭାବିତ ହେବାକୁ ଥିବା […]

author-image
Tapaswini Nayak
ଅଦ୍ୟତନ ହୋଇଛି
୧୭ରୁ ପୁଣି ପ୍ରବଳ ବର୍ଷିବ

rain

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ପରବର୍ତ୍ତୀ ୧୨ ଘଣ୍ଟାରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ। ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୩ତାରିଖରେ ଉପକୂଳ ଓଡ଼ିଶା ପ୍ରଭାବିତ ହେବାକୁ ଥିବା ବେଳେ ୧୪ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ପ୍ରଭାବିତ ହେବ। ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହି ସମୟରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ। ସର୍ବାଧିକ ପବନ ୬୫ କିଲୋମିଟର ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ।  ତେଣୁ ୧୫ ତାରିଖ ଯାଏ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିବାରୁ  ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ମାଥାନୀଠାରେ ଜଳକା ନଦୀ ବିପଦ ସଙ୍କେତ  ଉପରେ ଥିବା ବେଳେ ବୈତରଣୀ ନଦୀ ମଧ୍ୟ ଆଖୁଆପଦାରେ ବିପଦ ସଂକେତ ଟପିଛି।

Advertisment

ଅନ୍ୟପକ୍ଷରେ ମହାନଦୀର ତଳ ମୁଣ୍ଡ ଓ ଉପମୁଣ୍ଡରେ ବର୍ଷା ହେବା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଉଛି। ଜଳ ପତ୍ତନ ବୃଦ୍ଧି ପାଉଥିବାରୁ ହୀରାକୁଦ ଡ୍ୟାମର ୨୮ଟି ଖୋଲାଯାଇଛି। ଯାହାଫଳରେ ମହାନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା ଦେଇଛନ୍ତି।

ଗତ ୨୪ ଘଣ୍ଟାରେ ସୋନପୁର ଜିଲ୍ଲା ଉଲୁଣ୍ଡାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଉଲୁଣ୍ଡାରେ୧୦୬.୦ ମିମି ବର୍ଷା ହୋଇଥିବା ବେଳେ କଳାହାଣ୍ଡିର ମଦନପୁର-ରାମପୁରରେ ୧୦୫.o ମିମି, ସୋନପୁରରେ ୯୬.୮ ମିମି, ବୌଦ୍ଧର ଖଇରିମାଳ ୯୦.୨ମିମି, ସୋନପୁରର ଡୁଙ୍ଗୁରିପାଲିରେ ୮୭.୦ ମିମି ଓ  ରାୟଗଡ଼ାର ଆମ୍ବଦୋଳାରେ ୮୫.୦ ମିମି ବର୍ଷା ରେକର୍ଡ କରାଯାଇଛି।

୮,