Advertisment

ତାତିରୁ ମିଳିବ ତ୍ରାହି, ଦାନା ବାନ୍ଧୁଛି ଲଘୁଚାପ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ତତଲା କରେଇରେ ଭାଜି ହେଉଛି ପୂରା ଓଡ଼ିଶା। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକ। ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନ ହେବନି। ହେଲେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍‌ ଶୀଘ୍ର ତାତିରୁ ତ୍ରାହି ମିଳିବାର ଆଶା ଦେଖାଇଛି ଭାରତୀୟ  ପାଣିପାଗ କେନ୍ଦ୍ର (IMD)। ଆସନ୍ତା ମେ ମାସ ୪ ତାରିଖ ରାତି ବା […]

ଅଦ୍ୟତନ ହୋଇଛି
ଆସୁଛି ‘ଜୱାଦ’: ସର୍ବାଧିକ ୧୦୦ କିମି ବେଗରେ ବହିବ ପବନ

cyclone

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ତତଲା କରେଇରେ ଭାଜି ହେଉଛି ପୂରା ଓଡ଼ିଶା। ଅଧିକାଂଶ ପ୍ରମୁଖ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକ। ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନ ହେବନି। ହେଲେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍‌ ଶୀଘ୍ର ତାତିରୁ ତ୍ରାହି ମିଳିବାର ଆଶା ଦେଖାଇଛି ଭାରତୀୟ  ପାଣିପାଗ କେନ୍ଦ୍ର (IMD)। ଆସନ୍ତା ମେ ମାସ ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେଲେ ତାତିରୁ ମୁକ୍ତି ମିଳିବାର ସମ୍ଭାବନା ଥିବା କହିଛନ୍ତି IMDର ବରିଷ୍ଠ ବୈଜ୍ଞାନିକ ଆର୍.କେ ଜେନାମଣି।

Advertisment

ଆଜି ରାଜ୍ୟର ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପାଇଁ ଜାରି ହୋଇଛି ଚେତାବନୀ। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ଯାଏ ତାତି ଅଧିକ ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏବେ ପାରଦ ଉପରମୁହାଁ ଥିବା ବେଳେ ତତଲା ହାୱା ଅଧିକ ଅସ୍ତବ୍ୟସ୍ତ କରିପକାଉଛି। ପଶ୍ଚିମା ପବନ ଯୋଗୁଁ ଗ୍ରୀଷ୍ମପ୍ରବାହ ହେଉଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ। ଆଫଗାନିସ୍ତାନ, ପାକିସ୍ତାନ, ରାଜସ୍ଥାନରୁ ଆସୁଥିବା ପବନ ତାତି ବଢ଼ାଉଛି। ସେସବୁ ସ୍ଥାନରେ ତାତି ୪୫ରୁ ଅଧିକ ରହୁଥିବାରୁ ତାର ପ୍ରଭାବ ପଡୁଛି। ସ୍ଥାନୀୟ ଭୌଗୋଳିକ ସ୍ଥିତି ବି ତାତି ବଢ଼ାଇବାରେ ସହାୟକ ହେଉଛି ବୋଲି କହିଛନ୍ତି ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍. କେ. ଜେନାମଣି।

Advertisment

ଆଜି ଏବଂ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe