Advertisment

୨୪ ଘଣ୍ଟାରେ ଲଘୁଚାପ!

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Rain

Rain

ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇଛି।

Advertisment

ଏଥିରେ ଲେଖାଯାଇଛି, ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ୭.୬ କିଲୋମିଟର ଉଚ୍ଚତା ଯାଏ ବାୟୁମଣ୍ଡଳରେ ସକ୍ରିୟ ଥିବା ଘୂର୍ଣ୍ଣି ବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

Advertisment

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି। ଗତକାଲି ଠାରୁ ପୂରା ଓଡ଼ିଶାକୁ ମୌସୁମୀ ବାୟୁ ପହଞ୍ଚି ସାରିଛି। ଗତ ୨୪ ଘଣ୍ଟାରେ ନୂଆପଡ଼ାର କୋମନାରେ ସର୍ବାଧିକ ୧୩୨ ମିମି ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ ଲାଠିକଟାରେ ୭୬.୪, କେନ୍ଦୁଝରର ହରିଚନ୍ଦନପୁରରେ ୭୬, ସୁନ୍ଦରଗଡ଼ର ବଣାଇଗଡ଼ରେ ୭୫, ମୟୂରଭଞ୍ଜର ସୁଲିଆପଡ଼ାରେ ୭୨, ଅନୁଗୋଳର ପାଳଲହଡ଼ାରେ ୭୧, ଢେଙ୍କାନାଳର କଙ୍କଡ଼ାହାଡ଼ରେ ୬୭.୬, ମାଲକାନଗିରିର ମାଥିଲିରେ ୬୫, ଦେବଗଡ଼ର ବାରକୋଟରେ ୬୩.୪ ଓ ଅନୁଗୋଳର ରେଙ୍ଗାଳିରେ ୬୩ ମିମି ବର୍ଷା ରେକର୍ଡ କରାଯାଇଛି।

Low Pressure Weather Report Rain