Advertisment

ଗଞ୍ଜାମରେ ହେବ କି ପ୍ରବଳ ବର୍ଷା? ପ୍ରାକ୍‌ ପ୍ରସ୍ତୁତି କଲା ପ୍ରଶାସନ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):  ଆସନ୍ତାକାଲିି ଠାରୁ ଦୁଇ ଦିନ ଧରି  ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି।  ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଛି।  ଲଘୁଚାପ ବର୍ଷା ଯୋଗୁଁ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଚଳିତମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ […]

ଗଞ୍ଜାମରେ ହେବ କି ପ୍ରବଳ ବର୍ଷା? ପ୍ରାକ୍‌ ପ୍ରସ୍ତୁତି କଲା ପ୍ରଶାସନ

ganjam

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର):  ଆସନ୍ତାକାଲିି ଠାରୁ ଦୁଇ ଦିନ ଧରି  ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି।  ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକ ହୋଇଛି।  ଲଘୁଚାପ ବର୍ଷା ଯୋଗୁଁ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

Advertisment

ଚଳିତମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟର୍ସରେ ରହିବେ। ଆସ୍କା, ପାତ୍ରପୁର, ସୋରଡା, ପୁରୁଷୋତ୍ତମପୁର, ଛତ୍ରପୁର ଓ ବ୍ରହ୍ମପୁର ଅଂଚଳର ଖାଲ ସ୍ଥାନଗୁଡିକରେ ବନ୍ୟା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି।  ଏଥିଯୋଗୁ ଖାଲୁଆ ଅଂଚଳ, କଚ୍ଚାଘର , ପୁରାତନ କୋଠାଘର ଓ ବିପଦ ସଙ୍କୁଳ ଅବସ୍ଥାରେ ଘରେ ରହୁଥିବା ପରିବାର ଲୋକଙ୍କୁ ସ୍ଥାନାନ୍ତର କରାଯିବ।  ଯେଉଁ ଅଂଚଳରେ ରାସ୍ତା ଧୋଇଯିବା ଅବସ୍ଥାରେ ଅଛି, କିମ୍ବା ପାହାଡ ଧସିବାର ଆଶଙ୍କା ରହିଛି ସେହି ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe