Advertisment

୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ଆଗକୁ ଆହୁରି ବଢ଼ିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟବ୍ୟାପୀ ଶୀତର ଲହରୀ ଜାରି ରହିଛି। ଜାଡ଼ ମାଡ଼ରେ ଜଡ଼ସଡ଼ ଉପାନ୍ତରୁ ଉପକୂଳ। ଅସ୍ତବ୍ୟସ୍ଥ ହୋଇପଡ଼ିଛି ଜନଜୀବନ। କେଉଁଠି ବରଫ ପାଲଟିଯାଉଛି କାକର ତ ଆଉ କେଉଁଠି ଘନକୁହୁଡ଼ିର ଆସ୍ତରଣ। ପାଣିପାଗ ବିଭାଗ କହିଛି, ଆଜିର ଶୀତଲହରୀ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ୧୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଗକୁ ଆହୁରି ଶୀତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। […]

ଅଦ୍ୟତନ ହୋଇଛି
୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ଆଗକୁ ଆହୁରି ବଢ଼ିବ

weather

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟବ୍ୟାପୀ ଶୀତର ଲହରୀ ଜାରି ରହିଛି। ଜାଡ଼ ମାଡ଼ରେ ଜଡ଼ସଡ଼ ଉପାନ୍ତରୁ ଉପକୂଳ। ଅସ୍ତବ୍ୟସ୍ଥ ହୋଇପଡ଼ିଛି ଜନଜୀବନ। କେଉଁଠି ବରଫ ପାଲଟିଯାଉଛି କାକର ତ ଆଉ କେଉଁଠି ଘନକୁହୁଡ଼ିର ଆସ୍ତରଣ। ପାଣିପାଗ ବିଭାଗ କହିଛି, ଆଜିର ଶୀତଲହରୀ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ୧୦ ଡିଗ୍ରୀରୁ କମ୍ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଗକୁ ଆହୁରି ଶୀତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

ଗତ ୩ରୁ ୪ ଦିନ ହେଲା ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତି ହେଉଛି। ତା’ସାଙ୍ଗକୁ ବରଫ ପାଲଟିଯାଉଛି କାକର। କାକରରେ ବତୁରିଯାଊଛି ଗଛପତ୍ର। ଯାନବାହନ ଉପରେ ବରଫର ପତଳା ଆସ୍ତରଣ। ଆଉ ଥଣ୍ଡାରେ ଥରିଯାଉଛି ସାରା ଶରୀର। ଫଳରେ ଶୀତରୁ ରକ୍ଷା ପାଇଁ କିଏ ନିଆଁ ପୋଇଁ ହେଉଛନ୍ତି ତ ଆଉ କିଏ ପଡ଼ିଆରେ ଖେଳକୁଦ କରୁଛନ୍ତି। କେବଳ କୋଇଡ଼ା ନୁହେଁ, ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ଶୀତ ଅନୁଭୁତ ହେବା ସହ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ।

ସୁନ୍ଦରଗଡ଼ ଭଳି ଆଭ୍ୟନ୍ତରୀଣ ଓଡ଼ିଶା ତଥା କନ୍ଧମାଳ, କେଉଁଝର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୦ ଡିଗ୍ରୀ ତଳେ ରହୁଛି ତାପମାତ୍ରା। ଆଜି ସକାଳେ ଫୁଲବାଣୀରେ ସର୍ବନିମ୍ନ ୫ ଡିଗ୍ରୀ ସେଲ୍‌ସିୟସ୍ ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୬ ଓ କେନ୍ଦୁଝରରେ ୭.୨ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭୁବନେଶ୍ଵର ଓ କଟକରେ ଆଜି ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୧.୨ ଓ ୧୧.୪ ଡିଗ୍ରୀ ରହିଥିଲା।

Advertisment

ସେହିଭଳି ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ଏଭଳି ଶୀତ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି।

IMD Observations recorded at 0830 hrs 

Date: 25.12.2018

StationsMAX.TEMP (Deg. Cel)MIN. TEMP (Deg. Cel)
BALASORE              26.79.5
CHANDABALI25.611.8
CUTTACK26.411.4
PARADIP26.313.1
BHUBANESWAR28.311.2
GOPALPUR26.614.7
PURI27.014.8
ANGUL24.18.6
BARIPADA23.410.0
JHARSUGUDA26.79.6
KEONJHARGARH23.77.2
SAMBALPUR        27.49.8
SUNDARGARH23.010.0
HIRAKUD26.910.1
TALCHER29.510.3
BHAWANIPATNA26.310.0
BOLANGIR25.511.0
KORAPUT25.011.6
PHULABANI24.45.0
TITILAGARH27.09.5
MALKANGIRI30.215.2
SONEPUR27.09.0
DARINGIBADI24.06.0
DHENKANAL------
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe