ରାଜ୍ୟରେ ଲକ୍‌ ଡାଉନ୍ ଘୋଷଣା କଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍‌ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ ଡାଉନ୍ ଜାରି କରାଯିବ। ଏହି ସମୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ବଳବତ୍ତର ରହିବ। ଲକଡାଉନ ବେଳେ ଲୋକେ କେବଳ […]

Luckdown

Jitendra Garnayak
  • Published: Sunday, 02 May 2021
  • , Updated: 02 May 2021, 11:20 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍ ଡାଉନ୍‌ ଘୋଷଣା କଲେ ସରକାର। ମେ’ ୫ରୁ ୧୯ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ମେ’ ୫ ତାରିଖ ଅର୍ଥାତ୍ ବୁଧବାର ସକାଳ ଠାରୁ ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ ଡାଉନ୍ ଜାରି କରାଯିବ। ଏହି ସମୟରେ ଶନିବାର ଓ ରବିବାର ସମ୍ପୂର୍ଣ୍ଣ ଶଟ୍‌ଡାଉନ୍ ବଳବତ୍ତର ରହିବ।

ଲକଡାଉନ ବେଳେ ଲୋକେ କେବଳ ଚାଲି ଚାଲି ପରିବା ପାଇଁ ଯାଇପାରିବେ। ଘର ଠାରୁ ୫ଶହ ମିଟର ଦୂର ଯାଏ ଚାଲି ଚାଲି ପରିବା ଆଣିହେବ। କେବଳ ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲି ଚା ଯାଇ ଲୋକେ ପରିବାପତ୍ର କିଣି ପାରିବେ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ଜରୁରୀ ସେବା ପାଇଁ କଟକଣା ଲାଗୁ ହେବ ନାହିଁ।

ଲକଡାଉନ ବେଳେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି। ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ। କେବଳ ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ ସବୁ ଆତଯାତ ମନା।

ଏହି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର ବନ୍ଦ ରହିବ। ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ ବନ୍ଦ ରହିବ।

ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍ ବନ୍ଦ ରହିବ। ଯାତ୍ରା, ଅପେରା ଓ ଖୋଲାମଞ୍ଚ ସଂପୂର୍ଣ୍ଣ ଭାବେ ବନ୍ଦ ରହିବ।

ସେଲୁନ, ପାର୍ଲର ଓ ସ୍ପା ସଂପୂର୍ଣ୍ଣ ଭାବେ ବନ୍ଦ ରହିବ। ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ ବନ୍ଦ ରହିବ।

ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।

ଲକଡାଉନ ବେଳେ ଜରୁରୀ ସେବା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି। ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଖୋଲା ରହିବ।

ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ। ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ। ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଯାଏ ଏସବୁ ଖୋଲା ରହିବ।

ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଯା’ଆସ କରିବାକୁ ଅନୁମତି ଦିଆଯାଇଛି।

ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍‌ ମିଡିଆର କର୍ମଚାରୀମାନେ ଅଫିସ୍ ଯା’ଆସ କରିପାରିବେ। ପେଟ୍ରୋଲ ପମ୍ପ ଖୋଲା ରହିବ। ରନ୍ଧନ ଗ୍ୟାସ୍ ଯୋଗାଣକୁ ବି ଅନୁମତି ମିଳିଛି। ସେହିପରି ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।

ଲକଡାଉନ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ।  ନିର୍ବାଚନ ସଂପର୍କିତ କାର୍ଯ୍ୟରେ ଶଟ୍‌ ଡାଉନ ଓ ଲକ୍‌ ଡାଉନ୍‌ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯା’ଆସ କରିପାରିବେ। ଟ୍ରେନିଂ ଓ ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଯା’ଆସ ଅନୁମତି ମିଳିବ।

ଲକଡାଉନ ବେଳେ ଟିକା ଓ ଟେଷ୍ଟିଂକୁ ଅନୁମତି ମିଳିବ। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ। ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଯାଇପାରିବେ ଲୋକେ।

 

Related story