Advertisment

ଅମ୍ରିତଙ୍କର ହେଲା ଫୁସଫୁସ୍ ପ୍ରତିରୋପଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତ ପ୍ରଧାନଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି। ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ […]

ଅମ୍ରିତଙ୍କର ହେଲା ଫୁସଫୁସ୍ ପ୍ରତିରୋପଣ

amrit-pradhan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତ ପ୍ରଧାନଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି।

Advertisment

ଇକମୋ ଚିକିତ୍ସାରେ ସଂପୂର୍ଣ୍ଣ ସୁସ୍ଥ ନ ହେବାରୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ସ୍ୱୀକୃତି ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତକାଲି ଚେନ୍ନାଇର ଜଣେ ୨୪ ବର୍ଷୀୟ ଯୁବକଙ୍କ ଏକ ଉଚ୍ଚ ସ୍ଥାନରୁ ପଡ଼ି ମୃତ୍ୟୁ ବରଣ କରିବା ପରେ ଉକ୍ତ ଯୁବକଙ୍କ ବ୍ଲଡ ଗ୍ରୁପ୍ ଓ ବୟସ ସମାନ ଥିବା ହେତୁ ଅମ୍ରିତଙ୍କ ପାଇଁ ତାହା ଠିକ୍ ହୋଇଥିଲା।

ଗତ ଦୁଇ ଦିନ ତଳେ ଅମ୍ରିତଙ୍କ ଶରୀରରେ ମଧ୍ୟ ଇନଫେକ୍ସନ ବଢ଼ିଥିବାରୁ ମେଡିକାଲ ପକ୍ଷରୁ ଫୁସଫୁସ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଣାଯାଇଥିଲା। ପରେ ରାତିରେ ଅପରେସନ ପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ କରାଯାଇଥିଲା। ଏବେ ସୁଦ୍ଧା ଅମ୍ରିତଙ୍କ ଚିକିତ୍ସାରେ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଥିବା ବେଳେ ଆହୁରି ୭୦ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଭଉଣୀ କହିଛନ୍ତି।

Advertisment

କରୋନାରେ ଆକ୍ରାନ୍ତ ହେବା ପରେ ଅମ୍ରିତଙ୍କ ଫୁସଫୁସ୍ ସଂକ୍ରମଣ ହୋଇଥିଲା। ଯାହା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସ୍ଥିତି ଜଟିଳ ହେବାରୁ ଅମ୍ରିତଙ୍କୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ ବୋଲି ଡାକ୍ତର କହିଥିଲେ। ଯାହା ପରେ ଜୁନ୍ ମାସ ପ୍ରଥମ ସପ୍ତାହରେ ଅମ୍ରିତଙ୍କୁ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ କରାଯାଇଥିଲା।

ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବ୍ରହ୍ମପୁରର ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତର କରାଯାଇଥିଲା। ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଆସିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe