Advertisment

ଗରୁଡ଼ରେ ବସି ଚିଲିକା ବୁଲିବେ ଯାତ୍ରୀ

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ଗରୁଡ଼ରେ ବସି ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ବୁଲି ପାରିବେ ଯାତ୍ରୀ । ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଯାତ୍ରୀଙ୍କ ନିମନ୍ତେ ଆରମ୍ଭ ହେବାକୁ ଯାଉଛି ଏହି ହାଉସ୍ ବୋଟ୍ ସେବା। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଅନୁମୋଦନ ପରେ  ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଛି ଏହି ହାଉସ୍ ବୋଟ୍ ତଥା ଗରୁଡ଼ । ଏଥିରେ ଲୋକମାନେ ଚିଲିକା […]

ଗରୁଡ଼ରେ ବସି ଚିଲିକା ବୁଲିବେ ଯାତ୍ରୀ

garuda

Advertisment

କୃଷ୍ଣପ୍ରସାଦ(ଓଡ଼ିଶା ରିପୋର୍ଟର): ଗରୁଡ଼ରେ ବସି ମରାଳ ମାଳୀନି ନୀଳାମ୍ବୁ ଚିଲିକାରେ ବୁଲି ପାରିବେ ଯାତ୍ରୀ । ଓଡିଶାରେ ପ୍ରଥମ ଥର ପାଇଁ ଚିଲିକାରେ ଯାତ୍ରୀଙ୍କ ନିମନ୍ତେ ଆରମ୍ଭ ହେବାକୁ ଯାଉଛି ଏହି ହାଉସ୍ ବୋଟ୍ ସେବା। ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

Advertisment

ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଅନୁମୋଦନ ପରେ  ବିକାଶ ଇକୋ ରିସର୍ଟ ପକ୍ଷରୁ ନିର୍ମିତ ହୋଇଛି ଏହି ହାଉସ୍ ବୋଟ୍ ତଥା ଗରୁଡ଼ । ଏଥିରେ ଲୋକମାନେ ଚିଲିକା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଭ୍ରମଣ କରିପାରିବେ। ପ୍ରକୃତି କୋଳରେ ସମୟ କାଟିବା ସହ ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏଥିସହ ଏହା ଭିତରେ ବାର୍ଥ-ଡେ ପାର୍ଟି, ରିଙ୍ଗ୍-ସେରିମନି, ବିବାହ ବାର୍ଷିକୀ ପାଳନ, ରାତ୍ରୀ ଯାପନ ବ୍ୟବସ୍ଥା  ଇତ୍ୟାଦିର ମଜ୍ଜା ମଧ୍ୟ ନେଇପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯିବ।

ଏଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ରହିବା, ଖାଇବା ସହ ବେଡରୁମ ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କୁ ଏହା ଖୁବ୍ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଗରୁଡ଼ର ପରିଚାଳନା ଦାଇତ୍ୱ ବିକାଶ ଇକୋ ରିସର୍ଟ ସଂସ୍ଥା ତୁଲାଇବ ବୋଲି ଜଣାପଡ଼ିଛି। ତେବେ ଲୋକାର୍ପଣ ପରେ ବାସ୍ତବ ସ୍ଥିତି ଜଣାପଡ଼ିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ସୂଚନା ମିଳିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe