Advertisment

ନୂଆବର୍ଷରୁ ସବୁ ଜିଲ୍ଲାରେ ମୋ ସରକାର ସେଲ୍ : ଫୋନରେ ହିତାଧିକାରୀଙ୍କ ମଜୁରୀ କଥା ବୁଝିବେ ଜିଲ୍ଲାପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ ପରିସ୍ଥିତି ମଧ୍ୟରେ ସାଧାରଣ ଲୋକଙ୍କୁ ଜୀବିକା ଓ ରୋଜଗାର ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହ ଆସନ୍ତା ଜାନୁୟାରୀ ପହିଲାରୁ ସବୁ ଜିଲ୍ଲାରେ ‘ମୋ ସରକାର ସେଲ୍‌’ କାମ କରିବ ବୋଲି କହିଛନ୍ତି। ଏହାସହିତ ଗରିବ ହିତାଧିକାରୀମାନେ  ଠିକ୍ ସମୟରେ ମଜୁରୀ ପାଉଛନ୍ତି କି ନାହିଁ ତାହା ସେମାନଙ୍କୁ ଫୋନ୍ କରି ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ […]

ଅଦ୍ୟତନ ହୋଇଛି
‘ମୋ ସରକାର’ କା’ ସରକାର?

mo-sarkar-750x430

Advertisment
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀଜନିତ ପରିସ୍ଥିତି ମଧ୍ୟରେ ସାଧାରଣ ଲୋକଙ୍କୁ ଜୀବିକା ଓ ରୋଜଗାର ଯୋଗାଇବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେବା ସହ ଆସନ୍ତା ଜାନୁୟାରୀ ପହିଲାରୁ ସବୁ ଜିଲ୍ଲାରେ ‘ମୋ ସରକାର ସେଲ୍‌’ କାମ କରିବ ବୋଲି କହିଛନ୍ତି। ଏହାସହିତ ଗରିବ ହିତାଧିକାରୀମାନେ  ଠିକ୍ ସମୟରେ ମଜୁରୀ ପାଉଛନ୍ତି କି ନାହିଁ ତାହା ସେମାନଙ୍କୁ ଫୋନ୍ କରି ତଦାରଖ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଜିଲ୍ଲାରେ ମନରେଗା ଯୋଜନା ଓ ସହାରାଂଚଳ ରୋଜଗାର ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ। ଏହି ଦୁଇ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ଆଥିର୍କ ବର୍ଷ ଶେଷସୁଦ୍ଧା ୨୦କୋଟି ମାନବ ଦିବସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇ ଯୋଜନାରେ ଗରିବ ଲୋକମାନେ ସେମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦେଇଛନ୍ତି। ଏହି ଦୁଇ ରୋଜଗାର ଯୋଜନା ସମ୍ପର୍କରେ ଫିଡବ୍ୟାକ୍ ସଂଗ୍ରହ ନିମନ୍ତେ ସ୍ୱତନ୍ତ୍ର ଭାବେ ସବୁ ଜିଲ୍ଲାରେ ‘ମୋ ସରକାର ସେଲ୍‌’ ଆସନ୍ତା ଜାନୁୟାରୀ ପହିଲାରୁ କାର୍ଯ୍ୟ କରିବ। ମନରେଗା ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ଓ ସୋନପୁର ଜିଲ୍ଲାର ପ୍ରଦର୍ଶନ ଭଲ ଥିବାରୁ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଯେଉଁ ଜିଲ୍ଲାଗୁଡ଼ିକର ଲୋକମାନେ କାମ କରିବାକୁ ଅନ୍ୟ ରାଜ୍ୟକୁ ପଳାଉଚନ୍ତି ସେସବୁ ଜିଲ୍ଲା ଉପରେ ସ୍ୱତନ୍ତ୍ର ଫୋକସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ଦିନ କର୍ମସଂସ୍ଥାନ ଓ ଅତିରିକ୍ତ ମଜୁରୀ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ୨୦୨୧ ମାର୍ଚ୍ଚ ମାସ ପୂର୍ବରୁ ରାଜ୍ୟରେ ଏକ ହଜାର ଅତିରିକ୍ତ ମିଶନ ଶକ୍ତି ଗୃହ ଓ ଜାନୁୟାରୀ ଶେଷସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ୨୦କୋଟି ମାନବ ଦିବସ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଗ୍ରାମାଂଚଳରେ ନାମମାତ୍ର ଚାଷୀ ଓ ଭୂମିହୀନ ଶ୍ରମିକଙ୍କ ପାଇଁ ଅଧିକ ଜୀବିକା ସୃଷ୍ଟି କରାଯାଇଛି। ଏପର୍ଯ୍ୟନ୍ତ ୧୪.୫୦କୋଟି ମାନବ ଦିବସ ସୃଷ୍ଟି କରାଯାଇ ୩୧ଲକ୍ଷ ପରିବାର ଓ ୫୧ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଚଳିତବର୍ଷ ଦୈନିକ ହାରାହାରି ୧୦.୨୩ଲକ୍ଷ ଲୋକଙ୍କୁ ଶ୍ରମଭିତ୍ତିକ ରୋଜଗାର ଯୋଗାଇ ଦିଆଯାଉଛି ବୋଲି ପଂଚାୟତିରାଜ ସଚିବ ଦେଓରଞ୍ଜନ ସିଂ ସୂଚନା ଦେଇଥିଲେ।
ସେହିପରି ରାଜ୍ୟର ୧୧୪ଟି ପୌରାଂଚଳରେ ୮ହଜାରଟି ପ୍ରକଳ୍ପ ହାତକୁ ନିଆଯାଇଛି ଓ ସେଥିରୁ ୫ହଜାର ପ୍ରକଳ୍ପ ଶେଷ ହୋଇ ୧୧.୬ଲକ୍ଷ ମାନବ ଦିବସ ସୃଷ୍ଟି କରାଯାଇଛି ବୋଲି ନଗର ଉନ୍ନୟନ ସଚିବ ଜି ମାଥିଭାଥାନନ୍ ବୈଠକରେ ସୂଚନା ଦେଇଥିଲେ।
Advertisment
Government Of Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe