Advertisment

ସୁନା, ରୁପାରେ ଝଟକୁଛନ୍ତି ମାଆ ଜଗତ ଜନନୀ

କଟକ (ଓଡ଼ିଶା ରିପୋର୍ଟର): କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ସୁନା ଓ ରୁପାରେ ଝଟକୁଛନ୍ତି ମାଆ ଜଗତ ଜନନୀ ଦୁର୍ଗା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ହଜାର ବର୍ଷର ସହର କଟକ। ସବୁଠି ଆନ୍ଦର ମାହୋଲ୍‌। ମାଆଙ୍କୁ ଉପାସନା ପାଇଁ ଆଜି ସବୁଠି ଚାଲିଛି ମହାନବମୀ ପୂଜା। ପ୍ରବଳ ବର୍ଷା ସତ୍ତ୍ୱେ ଚାଲିଛି ମାଆଙ୍କ ଆରାଧନା। ସୁରକ୍ଷା ଦୃଷ୍ଟିରୁ କଟକରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ପୂଜା ମଣ୍ଡପରେ ସିସିଟିଭି ଖଞ୍ଜା ଯାଇଛି। ପାର୍ବଣ ପାଇଁ ସଜେଇ ହୋଇଛି […]

ସୁନା, ରୁପାରେ ଝଟକୁଛନ୍ତି ମାଆ ଜଗତ ଜନନୀ

Maa-Durga

Advertisment

କଟକ (ଓଡ଼ିଶା ରିପୋର୍ଟର): କ୍ୱିଣ୍ଟାଲ୍‌ କ୍ୱିଣ୍ଟାଲ୍‌ ସୁନା ଓ ରୁପାରେ ଝଟକୁଛନ୍ତି ମାଆ ଜଗତ ଜନନୀ ଦୁର୍ଗା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ହଜାର ବର୍ଷର ସହର କଟକ। ସବୁଠି ଆନ୍ଦର ମାହୋଲ୍‌। ମାଆଙ୍କୁ ଉପାସନା ପାଇଁ ଆଜି ସବୁଠି ଚାଲିଛି ମହାନବମୀ ପୂଜା। ପ୍ରବଳ ବର୍ଷା ସତ୍ତ୍ୱେ ଚାଲିଛି ମାଆଙ୍କ ଆରାଧନା। ସୁରକ୍ଷା ଦୃଷ୍ଟିରୁ କଟକରେ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ପୂଜା ମଣ୍ଡପରେ ସିସିଟିଭି ଖଞ୍ଜା ଯାଇଛି।

Advertisment

ପାର୍ବଣ ପାଇଁ ସଜେଇ ହୋଇଛି ସାଂସ୍କୃତି ଓ ପରମ୍ପରାର ସହର କଟକ। ଏଥର କରୋନା କଟକଣା ହଟିଥିବାରୁ ଧୁମ୍‌ଧାମରେ ପାଳନ ହେଉଛି ଦୁର୍ଗା ପୂଜା। ଦଶହରାରେ ମୁଖ୍ୟ ଆକର୍ଷଣ ସାଜିଛି କଲେଜ ଛକ ପୂଜା କମିଟିର ନୂଆ ଚାନ୍ଦି ମେଢ। ପ୍ରାୟ ୩ କ୍ୱିଣ୍ଟାଲ୍‌ରୁ ଅଧିକ ଓଜନର ଚାନ୍ଦିରେ ଏଠାରେ ତିଆରି ହୋଇଛି ଏହି ମେଢ। ଯାହା ଖୁବ୍‌ ଅକର୍ଷଣୀୟ ହୋଇଛି। ଯେଉଁଥିରେ କଟକର ବିଶ୍ଵ ପ୍ରସିଦ୍ଧ ତାରକସୀର ଝଲକ ଦେଖିବାକୁ ମିଳୁଛି।

ସେହିପରି କଟକ ସହରର ପ୍ରଥମ ଚାନ୍ଦି ମେଢ଼ ୧୯୫୬ ମସିହାରେ ଚୌଧୁରୀ ବଜାରରେ ଆରମ୍ଭ ହୋଇଥିଲା। ଏହି ମଣ୍ଡପରେ ସୁନା ମେଢ ଓ ସୁନା ଗହଣାର ପରିକଳ୍ପନା ମଧ୍ୟ ପ୍ରଥମେ ଆରମ୍ଭ ହୋଇଥିଲା। ଯେଉଁଠାରେ ଏବେ ଅଢେଇ କ୍ୱିଣ୍ଟାଲ୍‌ରୁ ଅଧିକ ଓଜନର ଚାନ୍ଦି ମେଢ ଓ ପ୍ରାୟ ୩୦ କିଲୋ ଓଜନର ସୁନା ଗହଣା କଳିକା ଶୋଭାପାଉଛି।

Advertisment

କଲେଜ ଛକ ଓ ଚୌଧୁରୀ ବାଜାରକୁ ଛାଡ଼ି ଦେଲେ ସହରର ଅନ୍ୟାନ ୨୬ଟି ମଣ୍ଡପରେ ମାଆଙ୍କ ଚାନ୍ଦି ମେଢ ଶ୍ରଦ୍ଧଳୁଙ୍କ ଦୃଷ୍ଟି ଆକର୍ଷଣ କରୁଛି। ସହରର ଖଟବିନ୍‌ ସାହି, ତୁଳସୀ ପୁର ମହାଦେବ, ବିଡାନାସୀ ଦୁର୍ଗା ପୁଜା କମିଟି, ବୁଢୀ ଠାକୁରାଣୀ କାଳି ଗଳି, ଚାନ୍ଦନୀ ଚୌକ, ହରିପୁର ଦୋଳମଣ୍ଡାଇ, ପିଠାପୁର, ମଙ୍ଗଳାବାଗ, ମାଛୁଆ ବଜାର ସର୍ପା ଦୁର୍ଗା, ଗଙ୍ଗା ମନ୍ଦିର, ଦରଘା ବଜାର, ଶଙ୍କରପୁର ବାଦାମବାଡ଼ି, ଗଣେଶ ଘାଟ, କାଠଗଡ଼ା ସାହି, ବାଲୁ ବଜାର ବିନୋଦ ବିହାରୀ, ଅଲିଶା ବଜାର, ନୟା ସଡ଼କ, ଫିରିଙ୍ଗ ବଜାର, କାଜି ବଜାର, ଖାନନଗର ଖପୁରିଆ, ରାଣୀହାଟ, ଛତ୍ରବଜାର, ବାଖରାବାଦ, ଚାଉଳିଆଗଞ୍ଜ, ଶିଖରପୁର ଗଣ୍ଡରପୁର ଆଦି ପୂଜା ମଣ୍ଡପରେ ଚାନ୍ଦିରେ ମେଢ ଶୋଭାପାଉଛି।

ତେବେ ଚାଉଳିଆଗଞ୍ଜରେ ମାଆଙ୍କ ମେଢରେ ୫ କ୍ୱିଣ୍ଟାଲ୍‌ର ଚାନ୍ଦି ଓ ୫ କେଜି ସୁନା ବ୍ୟବହାର ହୋଇଛି। ହରିପୁର ଦୋଳମୁଣ୍ଡାଇ ମେଢରେ ୪ କ୍ୱିଣ୍ଟାଲ୍‌ରୁ ଅଧିକ ଓଜନର ରୁପା ଓ ସୁନା ବ୍ୟବହାର ହୋଇଛି। ସହରରେ ଥିବା ମୋଟ୍‌ ୨୮ଟି ମେଢ ଓ ଗହଣାରେ ୧୦୦ କ୍ୱିଣ୍ଟାଲ୍‌ରୁ ଅଧିକ ଚାନ୍ଦି ବ୍ୟବହାର ହୋଇଛି। ଠିକ୍‌ ସେହିପରି ୯ ମେଢରେ ପ୍ରାୟ ୫୭ କିଲୋ ସୁନା ବ୍ୟବହାର ହୋଇଛି। ଏସବୁ ସୁନା ଓ ଚାନ୍ଦିର ମୋଟ୍‌ ମୂଲ୍ୟ ପ୍ରାୟ ୮୫ କୋଟିରୁ ଅଧିକ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe