Advertisment

୧୭ରୁ ଆରମ୍ଭ ହେବ ୧୩ତମ ମା' ଜଳମୁଣ୍ଡୀ କ୍ରିକେଟ କପ୍-୨୦୨୦

ଦେବଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ୧୩ତମ ମା ଜଳମୁଣ୍ଡୀ କ୍ରିକେଟ କପ୍-୨୦୨୦ର ଫିକ୍ସଚର୍ ଉନ୍ମୋଚିତ ହୋଇଛି। ନେତାଜୀ ସ୍ପୋର୍ଟସ ଆସୋସିଏନ୍ ସଭାପତିଙ୍କ ଦ୍ୱାରା ଟିଙ୍କବୀର ହାଇସ୍କୁଲ ଖେଳ ପଡିଆରେ ଫିକ୍ସଚର୍ ଉନ୍ମୋଚିତ ହୋଇଛି। ଦେବଗଡ଼ ଜିଲ୍ଲା ଟିଙ୍କବୀରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ସମ୍ମାନଜନକ ସର୍ବଭାରତୀୟ ମା ଜଳମୁଣ୍ଡୀ କ୍ରିକେଟ କପ୍‌ ଜାନୁଆରୀ ୧୭ରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ଏଥିରେ ୮ଟି ଦଳ ଭାଗ ନେଇଥିବା ବେଳେ ୭ଟି ମ୍ୟାଚ୍ ଖେଳାଯିବ। […]

ଅଦ୍ୟତନ ହୋଇଛି
୧୭ରୁ ଆରମ୍ଭ ହେବ ୧୩ତମ ମା' ଜଳମୁଣ୍ଡୀ କ୍ରିକେଟ କପ୍-୨୦୨୦

11

Advertisment

ଦେବଗଡ଼(ଓଡ଼ିଶା ରିପୋର୍ଟର): ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ୧୩ତମ ମା ଜଳମୁଣ୍ଡୀ କ୍ରିକେଟ କପ୍-୨୦୨୦ର ଫିକ୍ସଚର୍ ଉନ୍ମୋଚିତ ହୋଇଛି। ନେତାଜୀ ସ୍ପୋର୍ଟସ ଆସୋସିଏନ୍ ସଭାପତିଙ୍କ ଦ୍ୱାରା ଟିଙ୍କବୀର ହାଇସ୍କୁଲ ଖେଳ ପଡିଆରେ ଫିକ୍ସଚର୍ ଉନ୍ମୋଚିତ ହୋଇଛି। ଦେବଗଡ଼ ଜିଲ୍ଲା ଟିଙ୍କବୀରରେ ପ୍ରତିବର୍ଷ ଆୟୋଜିତ ହେଉଥିବା ସମ୍ମାନଜନକ ସର୍ବଭାରତୀୟ ମା ଜଳମୁଣ୍ଡୀ କ୍ରିକେଟ କପ୍‌ ଜାନୁଆରୀ ୧୭ରୁ ୨୩ ତାରିଖ ମଧ୍ୟରେ ଖେଳାଯିବ। ଏଥିରେ ୮ଟି ଦଳ ଭାଗ ନେଇଥିବା ବେଳେ ୭ଟି ମ୍ୟାଚ୍ ଖେଳାଯିବ। ସମ୍ବଲପୁର ଏମ୍‌ପି ନିତେଶ ଗଙ୍ଗଦେବ ଏଥର ୧୩ତମ ମା ଜଳମୁଣ୍ଡୀ କ୍ରିକେଟ କପ୍‌କୁ ଉଦଘାଟନ୍ କରିବେ।

Advertisment

ଉଦଘାଟନୀ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ। ଅନୁଗୁଳ କ୍ରିକେଟ ଆସୋସିଏସନ୍ ଓ ଝାରସୁଗୁଡ଼ା ପ୍ରୋଗ୍ରେସିଭ୍ ଆସୋସିଏସନ୍ ସେହିପରି ଦ୍ୱିତୀୟ ମ୍ୟାଚରେ ସେରସା ରାଞ୍ଚି ଓ ରାମେଶ୍ୱର ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ। ଏହି ଦୁଇ ମ୍ୟାଚର ବିଜେତା ୧୯ ତାରିଖରେ ସେମିଫାଇନାଲରେ ପରସ୍ପରକୁ ଭେଟିବେ। ଏଥିସହ ପୁଲ୍ ବିର ୨୦ ତାରିଖରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ଆୟୋଜକ ନେତାଜୀ ସ୍ପୋଟର୍ସ ଆସୋସିଏସନ୍‌କୁ ଭେଟିବ। ନାଗପୁର କରିମ୍ ସ୍ପୋର୍ଟସ୍ ଏବଂ ୨୧ ତାରିଖରେ କଟକ ୟୁନିୟନ ସ୍ପୋର୍ଟିଂ ସହ ଖେଳିବ। ବଲାଙ୍ଗିର ଜିଏମ୍ କ୍ରିକେଟ କ୍ଲବ  ଏହି ୨ ମ୍ୟାଚର ବିଜେତା ୨୨ ତାରିଖରେ ସେମିଫାଇନାଲ୍‌ରେ ମୁହାଁମୁହିଁ ହେବେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ୨୩ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ। ୭ ଦିନ ଧରି ଆୟୋଜିତ ହେବାକୁ ଥିବା ୧୩ତମ ମା ଜଳମୁଣ୍ଡୀ କ୍ରିକେଟ କପ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହେବା ସହ ଟୁର୍ଣ୍ଣାମେଣ୍ଟକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଥିବା ନେତାଜୀ ସ୍ପୋର୍ଟସ୍ ଆସୋସିଏସନ୍ ସଭାପତି ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe