/odisha-reporter/media/post_attachments/uploads/2018/10/maa2.jpg)
maa2
ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ନବରାତ୍ରର ସପ୍ତମ ଦିନ। ଏହି ଅବସରରେ ବଲାଙ୍ଗିର ସହରର ଇଷ୍ଟଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କାଳରାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି।
Advertisment
ଏହା ମା’ଙ୍କର ଅତି ଭୟଙ୍କର ବେଶ। ଦେବୀଙ୍କର ଏହି ବେଶ ଜ୍ଞାନ ଓ ବୈରାଗ୍ୟ ପ୍ରଦାନ କରିଥାଏ।
କାଳରାତ୍ରୀ ବେଶରେ ମା’ଙ୍କ ମୁଁହ କଳା ରଙ୍ଗର ହୋଇଥାଏ। ତାଙ୍କ ବସ୍ତ୍ର ଓ ଅଳଙ୍କାର ବି କଳା ରଙ୍ଗର ହୋଇଥାଏ।
Advertisment
ଏହି ବେଶରେ ମା’ ଗଧ ଉପରେ ବସନ୍ତି ଓ ହାତରେ ଖଣ୍ଡା ଧାରଣ କରନ୍ତି। ଏହି ବେଶରେ ମା’ ଭୟଙ୍କର ଦିଶୁ ଥିଲେ ହେଁ ଭାରି ଶାନ୍ତ ଥାଆନ୍ତି।
ମା’ଙ୍କ ଏହି ବେଶକୁ ଦର୍ଶନ କଲେ ଭକ୍ତମାନଙ୍କୁ କଷ୍ଟ ଦେଉଥିବା ଦୁଷ୍ଟ ଶକ୍ତି ପଳାୟନ କରିଥାଏ ବୋଲି ବିଶ୍ୱାସ ରହିଛି। ତା’ସହିତ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବା ସହିତ ସିଦ୍ଧି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ମା’ଙ୍କ ଏହି ବେଶ ଦେଖିବାକୁ ମନ୍ଦିରରେ ଭିଡ଼ ପରିଲକ୍ଷିତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
