KushmandaBesha
ବଲାଙ୍ଗିର (ସସ୍ମିତା ସାହୁ): ଆଜି ହେଉଛି ନବରାତ୍ରର ଚତୁର୍ଥ ଦିନ। ବଲାଙ୍ଗିର ସହରରେ ଇଷ୍ଟଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ କୁଷ୍ମାଣ୍ଡା ବେଶରେ ଆଜି ଦର୍ଶନ ଦେଉଛନ୍ତି।
ଏହି ବେଶରେ ମା’ ଅଷ୍ଟଭୂଜା ହୋଇଥିବା ବେଳେ ସିଂହ ପିଠିରେ ବସିଛନ୍ତି। ମା’ କୁଷ୍ମାଣ୍ଡା ବ୍ରହ୍ମାଣ୍ଡର ରଚନା କରିଥିବା ଧର୍ମଶାସ୍ତ୍ରରେ ଉଲ୍ଳେଖ ରହିଛି।
ମା’ଙ୍କ ଏହି ବେଶ ଦର୍ଶନ କଲେ ମନର ଚଞ୍ଚଳତା ଦୂର ହେବା ସହିତ ରୋଗବାଗ ଶରୀର ଛାଡ଼ି ଚାଲିଯାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ତେଣୁ ମା’ଙ୍କର ଏହି ବେଶକୁ ଦର୍ଶନ କରିବାକୁ ମେଘୁଆ ପାଗରେ ବି ଭକ୍ତଙ୍କ ଭିଡ଼ ଲାଗିଛି।
ଖାଲି ବଲାଙ୍ଗିର ସହରର ଲୋକ ନୁହଁନ୍ତି, ବାହାରୁ ବି ଲୋକେ ମା’ଙ୍କ ଏହି ବେଶ ଦର୍ଶନ କରିବାକୁ ଆସୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/10/Kushmanda-Besha-1.jpg)