ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ବଲାଙ୍ଗିର (ସସ୍ମିତା ସାହୁ): ଦେବୀ ପୀଠ ମାନଙ୍କରେ ଆଜି ହେଉଛି ନବରାତ୍ରର ପଞ୍ଚମ ଦିନ। ଆଜି ପଞ୍ଚମ ଦିନରେ ବଲାଙ୍ଗିର ସହରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି। ରାଶି, ନକ୍ଷତ୍ର ଓ ତିଥି ହିସାବରେ ଗଣନା କରାଯାଇ ମା’ଙ୍କର ‘ସ୍କନ୍ଧମାତା’ ବେଶ କରାଯାଇଥାଏ। ଏହି ବେଶରେ ମା’ ଚର୍ତୁଭୁଜା ହୋଇଥା’ନ୍ତି। ଭଗବାନ ସ୍କନ୍ଧ ବା କାର୍ତ୍ତିକଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା ବୋଲି କୁହାଯାଏ। ଏହି ବେଶରେ ମା’ଙ୍କୁ ପୂଜାର୍ଚ୍ଚନା […]

skanda

skanda

Jitendra Garnayak
  • Published: Saturday, 13 October 2018
  • Updated: 13 October 2018, 02:54 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ଦେବୀ ପୀଠ ମାନଙ୍କରେ ଆଜି ହେଉଛି ନବରାତ୍ରର ପଞ୍ଚମ ଦିନ। ଆଜି ପଞ୍ଚମ ଦିନରେ ବଲାଙ୍ଗିର ସହରର ଇଷ୍ଟ ଦେବୀ ମା’ ସମଲେଶ୍ୱରୀ ଭକ୍ତମାନଙ୍କୁ ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି।

ରାଶି, ନକ୍ଷତ୍ର ଓ ତିଥି ହିସାବରେ ଗଣନା କରାଯାଇ ମା’ଙ୍କର ‘ସ୍କନ୍ଧମାତା’ ବେଶ କରାଯାଇଥାଏ। ଏହି ବେଶରେ ମା’ ଚର୍ତୁଭୁଜା ହୋଇଥା’ନ୍ତି।

ଭଗବାନ ସ୍କନ୍ଧ ବା କାର୍ତ୍ତିକଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଧମାତା ବୋଲି କୁହାଯାଏ। ଏହି ବେଶରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ସମସ୍ତ ମନୋସ୍କାମନା ପୂରଣ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି।

ମା’ଙ୍କ ଏହି ବେଶ ଦେଖିବା ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସ୍କନ୍ଧମାତା ବେଶରେ ମା’ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos