Advertisment

ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବ୍ୟାନ୍‌ ହେଉ ମଦ, ଆମମ୍ଭ ହେଲା ‘ମଦମୁକ୍ତି ଅଭିଯାତ୍ରା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରୁ ମଦ ବ୍ୟାନ୍‌ ହେଉ। ଏହି ଦାବିରେ ଆଜି ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା) ଓ ‘ମଦମୁକ୍ତି ଯୁବ ବାହିନୀ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧି ପାର୍କ ନିକଟରୁ ‘ମଦମୁକ୍ତି ଅଭିଯାତ୍ରା’ର ଶୁଭାରମ୍ଭ ହୋଇଛି। ଏଥିରେ ପୂର୍ବତନ ଭାରତ ରାଷ୍ଟ୍ରଦୂତ ଅବସର ବେଉରିଆ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପ୍ରଫେସର ରାଧାମୋହନ, ଜଗଦାନନ୍ଦ, ପ୍ରହଲ୍ଲାଦ ସିଂହ, ସୁମିତ୍ରା ଜେନା, ପୃଥ୍ୱୀରାଜ୍ ହରିଚନ୍ଦନ ପ୍ରମୁଖ ଅତିଥିଭାବେ ଯୋଗଦେଇଛନ୍ତି। […]

author-image
Biswobandita Swain
ଅଦ୍ୟତନ ହୋଇଛି
ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବ୍ୟାନ୍‌ ହେଉ ମଦ, ଆମମ୍ଭ ହେଲା ‘ମଦମୁକ୍ତି ଅଭିଯାତ୍ରା’

IMG_20190223_105500

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗାମୀ ନିର୍ବାଚନ ପୂର୍ବରୁ ଓଡିଶାରୁ ମଦ ବ୍ୟାନ୍‌ ହେଉ। ଏହି ଦାବିରେ ଆଜି ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ (ମୋନା) ଓ ‘ମଦମୁକ୍ତି ଯୁବ ବାହିନୀ’ ପକ୍ଷରୁ ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧି ପାର୍କ ନିକଟରୁ ‘ମଦମୁକ୍ତି ଅଭିଯାତ୍ରା’ର ଶୁଭାରମ୍ଭ ହୋଇଛି। ଏଥିରେ ପୂର୍ବତନ ଭାରତ ରାଷ୍ଟ୍ରଦୂତ ଅବସର ବେଉରିଆ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ପ୍ରଫେସର ରାଧାମୋହନ, ଜଗଦାନନ୍ଦ, ପ୍ରହଲ୍ଲାଦ ସିଂହ, ସୁମିତ୍ରା ଜେନା, ପୃଥ୍ୱୀରାଜ୍ ହରିଚନ୍ଦନ ପ୍ରମୁଖ ଅତିଥିଭାବେ ଯୋଗଦେଇଛନ୍ତି।

Advertisment

publive-imageଫେବୃଆରୀ ୨୩ରୁ ମାର୍ଚ୍ଚ ୫ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ମଦମୁକ୍ତି କର୍ମକର୍ତ୍ତାମାନେ ୧୧ଟି ଜିଲ୍ଲାର ବିଭିନ୍ନ ଗାଁ ଓ ବ୍ଲକ ଭ୍ରମଣ କରି ନିର୍ବାଚନ ପୂର୍ବରୁ ‘ମଦ ଛାଡ଼, ନଚେତ ଗାଦି ଛାଡ଼’ ରଣଧ୍ୱନୀ ଦେବାର ଯୋଜନା କରିଛି।

ଆଜି ଏହି ଅଭିଯାନ ପୁରୀ ଜିଲ୍ଲା ଡେ଼ଲାଙ୍ଗ, କଣାସ, ପୁରୀ ଟାଉନ୍, ବାଲି ଘାଇ ଆଦି ସ୍ଥାନ ଭ୍ରମଣ କରିଛି। ପ୍ରଥମ ପର୍ଯ୍ୟାୟରେ ଏହି ଅଭିଯାନ୍‌ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ ହୋଇ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲା ପରିକ୍ରମା କରିବ।

Advertisment

ଏନେଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ କହିଛନ୍ତି-“ମଦ ଦ୍ୱାରା ପାରିବାରିକ ହିଂସାକାଣ୍ଡ ଘଟୁଛି। ହଜାର ହଜାର ପରିବାର ନଷ୍ଟ ହୋଇଯାଉଛନ୍ତି। ସେଥିପାଇଁ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିବାକୁ ଦାବି କରୁଛି।”

publive-imageଅନ୍ୟମାନଙ୍କ ମଧ୍ୟରେ ପ୍ରିୟନାଥ ଆଚାର୍ଯ୍ୟ, ରମାକାନ୍ତ ମଣ୍ଡଳ, ମଳୟ ତ୍ରିପାଠୀ, ଖଗେଶ୍ୱର ବଳ, କାହ୍ନୁଚରଣ ବେହୁରା, ଶ୍ରୀମତୀ ବାଣୀ ଦାସ, ଅପର୍ଣ୍ଣା ନାୟକ, ଇନ୍ଦୁମତୀ ସାହୁ, ସତ୍ୟବ୍ରତ ପୃଷ୍ଟି, ଲଲାଟେନ୍ଦୁ ପାତ୍ର, ତାରାକାନ୍ତ ନାୟକ, ପ୍ରୀତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।