Advertisment

ମଧୁକାନ୍ତ ରାଣା ପୁଣି ଫେରାର ହୋଇଯାଇପାରେ ବୋଲି ଭୟ କରୁଛି କି ପୁଲିସ? ଝାରପଡ଼ାକୁ ହେଲା ସ୍ଥାନାନ୍ତର

ଅକ୍ଟୋବର ୩ ତାରିଖ ରାତିରେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଚୌଦ୍ୱାର ଜେଲ୍‌ରୁ ଚମ୍ପଟ୍‌ ମାରିବା ପରେ ପୁରୀ ପଳାଇଥିଲେ। ସେଠାରୁ ତା’ପରଦିନ ପୁରୀରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲେ।

author-image
Jitendra Garnayak
CP

Madhukanta

ଚୌଦ୍ୱାର ଜେଲରୁ ଚମ୍ପଟ୍ ମାରିବାର ୪ ମାସ ପରେ ଗିରଫ କୁଖ୍ୟାତ ଅପରାଧୀ ମଧୁକାନ୍ତ ରାଣାକୁ ଆଜି ଭୁବନେଶ୍ୱରର ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ତାକୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି। 

Advertisment

୬ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ତାକୁ ଗତ ସୋମବାର ଚୈ।ଦ୍ବାର ଜେଲକୁ ପଠାଇ ଦିଆଯାଇଥିବା ବେଳେ ଆଜି ତାକୁ ସ୍ଥାନାନ୍ତର କରାଯାଇଛି।

ଚୈ।ଦ୍ବାର ଜେଲରୁ ଫେରାର ୨ କଏଦୀଙ୍କ ମଧ୍ୟରୁ ମଧୁକାନ୍ତ ରାଣାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ।

Advertisment

ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ଗିରଫ କରାଯାଇଥିଲା। ସେଠାରେ ଏକ ଗେଷ୍ଟ ହାଉସ୍‌ରେ ବାସୁ ପାଣ୍ଡେ ନାଁରେ ସେ କାମ କରୁଥିଲା। ୨୪ ବର୍ଷୀୟ ମଧୁକାନ୍ତ ରାଣା ବିହାରର ସରଣ ଜିଲ୍ଲାର ରାମପୁର ଗାଁରେ। 

ଅକ୍ଟୋବର ୩ ତାରିଖ ରାତିରେ ମଧୁକାନ୍ତ ରାଣା ଓ ରାଜା ସାହାଣୀ ଚୌଦ୍ୱାର ଜେଲ୍‌ରୁ ଚମ୍ପଟ୍‌ ମାରିବା ପରେ ପୁରୀ ପଳାଇଥିଲେ। ସେଠାରୁ ତା’ପରଦିନ ପୁରୀରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲେ।

ଏହି ଦୁଇ ଫେରାର କଏଦୀଙ୍କୁ ଖୋଜିବା ପାଇଁ ୨୬ ଜଣ ପୁଲିସ୍ କର୍ମଚାରୀଙ୍କୁ ନେଇ ୬ଟି ଟିମ୍‌ ଗଠନ କରାଯାଇଥିଲା। ନାଗାଲାଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ଏହି ଟିମ୍‌ ରେଡ୍‌ କରିଥିଲା। ଦୁଇ କଏଦୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା । ଏହି ଦୁଇ କଏଦୀଙ୍କ ସଂପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲା କମିଶନରେଟ୍ ପୁଲିସ। ଆଉ ୪ ମାସ ପରେ ମଧୁକାନ୍ତ ରାଣାକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ। ରାଜା ସାହାଣୀକୁ ଧରିବାକୁ ଖୋଜାଖୋଜି ଜାରି ରଖିଛି ପୁଲିସ। 

ଲୁଟ୍‌ ଓ ହତ୍ୟା

ଗତ ବର୍ଷ ଜାନୁଆରୀ ୪ ତାରିଖରେ ପାଣିକୋଲି ପଣ୍ଡା ଅଳଙ୍କାରରୁ ଲୁଟ୍‌ ମାମଲାରେ ଧରାପଡ଼ିଥିଲେ ରାଜା ସାହାଣୀ ଓ ମଧୁକାନ୍ତ ରାଣା। ଦିନ ଦ୍ୱିପ୍ରହରରେ ସେମାନେ ପାଣିକୋଇଲି ବଜାରରେ ଅଳଙ୍କାର ଦୋକାନୀଙ୍କ ଉପରକୁ ଗୁଳି କରି ଅଳଙ୍କାର ବ୍ୟାଗ୍ ଧରି ଚମ୍ପଟ ମାରିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଗୋଡ଼ାଇଥିଲେ। ଏହା ଦେଖି ରାଜା ଓ ମଧୁକାନ୍ତ ଲୋକଙ୍କ ଉପରକୁ ଗୁଳି କରିଥିଲେ। ସେମାନଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ତଥାପି ସ୍ଥାନୀୟ ଲୋକେ ସାହସ କରି ଉଭୟକଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଗିରଫ ପରେ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କୁ ଚୌଦ୍ୱାର ସର୍କଲ ଜେଲ୍‌ରେ ରଖାଯାଇଥିଲା।