Advertisment

ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ମୟୂର ମୃତ୍ୟୁ ଘଟଣା: ବନ ବିଭାଗର ଚଢ଼ାଉ ଜାରି, ୨ ଗିରଫ

ଖୋର୍ଦ୍ଧା: ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ବିଷକ୍ରିୟା ଯୋଗୁଁ ମୟୂର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଆଖପାଖ ଗାଁରେ ଚଢାଉ ବେଳେ ୨ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଗତ ୮ତାରିଖରେ ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏତେ ସଂଖ୍ୟାରେ ମୟୂର ଏକକାଳୀନ ମୃତ୍ୟୁବରଣ କରିବାକୁ ନେଇ ସାରାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବନ ବିଭାଗ ପକ୍ଷରୁ ମୃତଦେହଗୁଡିକୁ ଜବତ କରାଯିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ମୟୂର ମୃତ୍ୟୁ ଘଟଣା: ବନ ବିଭାଗର ଚଢ଼ାଉ ଜାରି, ୨ ଗିରଫ

khordha-maura

ଖୋର୍ଦ୍ଧା: ମଧୁପୁର ଗ୍ରାମ୍ୟ ଜଙ୍ଗଲରେ ବିଷକ୍ରିୟା ଯୋଗୁଁ ମୟୂର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଆଖପାଖ ଗାଁରେ ଚଢାଉ ବେଳେ ୨ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଗତ ୮ତାରିଖରେ ମଧୁପୁର ଗ୍ରାମ୍ୟ ଜଙ୍ଗଲରୁ ୨୦ଟି ମୟୂରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏତେ ସଂଖ୍ୟାରେ ମୟୂର ଏକକାଳୀନ ମୃତ୍ୟୁବରଣ କରିବାକୁ ନେଇ ସାରାରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ବନ ବିଭାଗ ପକ୍ଷରୁ ମୃତଦେହଗୁଡିକୁ ଜବତ କରାଯିବା ସହ ବ୍ୟବଚ୍ଛେଦ କରିବାକୁ ଓୟୁଏଟିକୁ ପଠାଯାଇଥିଲା। ଏହାସହ କିଛି ନମୁନା ଭୋପାଳକୁ ଟେଷ୍ଟ ଲାଗି ପଠାଯାଇଥିଲା। ଗତ ୧୫ ତାରିଖରେ ଭୋପାଳରୁ ଆସିଥିବା ରିପୋର୍ଟରେ ବାର୍ଡ ଫ୍ଲ୍ୟୁରେ ମୟୂରଗୁଡିକ ମରି ନ ଥିବା ଜଣାପଡିଥିଲା। ସେହିପରି ଓୟୁଏଟିରୁ ଗତକାଲି ଆସିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ବିଷକ୍ରିୟା ଯୋଗୁଁ ମୟୂରଗୁଡିକର ମୃତ୍ୟୁ ଘଟିଥିବା ଜଣାପଡିଛି। ଏହା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଶିକାର ଲାଗି ବିଷ ପ୍ରୟୋଗ କରାଯାଇଥିବା ଓ ଏହାକୁ ଖାଇ ମୟୂରଗୁଡିକ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି।

ସେହିପରି ଏବେ ବି ଜଙ୍ଗଲରୁ ମୃତ ମୟୂର ଉଦ୍ଧାର କରାଯାଉଛି। ଏହାସହ କିଛି ଅସୁସ୍ଥ ମୟୂରଙ୍କୁ ମଧ୍ୟ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି।

Advertisment