Advertisment

ଲାଲଚାନ୍ଦ ଗହଣା ଦୋକାନରେ ମାଧୁରୀ ଦୀକ୍ଷିତ, କ’ଣ କିଣିଲେ ଜାଣିଛନ୍ତି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ଧଡ଼କନ୍ ମାଧୁରୀ ଦୀକ୍ଷିତଙ୍କୁ ଆଜି ଦେଖିବାକୁ ମିଳିଥିଲା ଭୁବନେଶ୍ୱର ବଜାରରେ। ସେ ଆଜି ବୁଲି ବୁଲି ମାର୍କେଟିଂ କରିଥିଲେ। ଆଉ ତାଙ୍କୁ ଦେଖିବାକୁ ତାଙ୍କ ପଛେ ପଛେ ଗୋଡ଼େଇଥିଲେ ତାଙ୍କ ଫ୍ୟାନ୍। କୋଟିଏ ହୃଦୟର ଧଡ଼କନ ମାଧୁରୀ ଦୀକ୍ଷିତ ଏବେ ଓଡ଼ିଶାରେ, ପୁଣି ଭୁବନେଶ୍ୱରରେ। ପୁରୁଷ ହକି ବିଶ୍ୱକପ୍ ପାଇଁ ସେ ଏବେ ରାଜ୍ୟର ଅତିଥି। ଗତକାଲି ସେ କଳିଙ୍ଗ ଷ୍ଟାଡିୟମରେ ନିଜର ଜଲୱା ଦେଖାଇ ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି। ତେବେ […]

ଲାଲଚାନ୍ଦ ଗହଣା ଦୋକାନରେ ମାଧୁରୀ ଦୀକ୍ଷିତ, କ’ଣ କିଣିଲେ ଜାଣିଛନ୍ତି?

5

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଲିଉଡ୍‌ର ଧଡ଼କନ୍ ମାଧୁରୀ ଦୀକ୍ଷିତଙ୍କୁ ଆଜି ଦେଖିବାକୁ ମିଳିଥିଲା ଭୁବନେଶ୍ୱର ବଜାରରେ। ସେ ଆଜି ବୁଲି ବୁଲି ମାର୍କେଟିଂ କରିଥିଲେ। ଆଉ ତାଙ୍କୁ ଦେଖିବାକୁ ତାଙ୍କ ପଛେ ପଛେ ଗୋଡ଼େଇଥିଲେ ତାଙ୍କ ଫ୍ୟାନ୍।

Advertisment

କୋଟିଏ ହୃଦୟର ଧଡ଼କନ ମାଧୁରୀ ଦୀକ୍ଷିତ ଏବେ ଓଡ଼ିଶାରେ, ପୁଣି ଭୁବନେଶ୍ୱରରେ। ପୁରୁଷ ହକି ବିଶ୍ୱକପ୍ ପାଇଁ ସେ ଏବେ ରାଜ୍ୟର ଅତିଥି। ଗତକାଲି ସେ କଳିଙ୍ଗ ଷ୍ଟାଡିୟମରେ ନିଜର ଜଲୱା ଦେଖାଇ ଓଡ଼ିଶାବାସୀଙ୍କ ମନ ଜିଣିଛନ୍ତି।

publive-image

ତେବେ ଆଜି ତାଙ୍କୁ ଦେଖିବାକୁ ମିଳିଥିଲା ଭୁବନେଶ୍ୱରରେ ମାର୍କେଟିଂ କରିବାର। କିଛି ଗହଣା କିଣିବାକୁ ସେ ପହଞ୍ଚିଥିଲେ ଓଡ଼ିଶାର ଜଣାଶୁଣା ଜୁଏଲାରୀ ଦୋକାନ ଲାଲ୍‌ଚାନ୍ଦରେ। ସେଠି ସେ ରୂପାରେ ତିଆରି ଏକ ବ୍ୟାଗ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କର ରୂପା ପ୍ରତିମା କିଣିଥିଲେ।

Advertisment

ଏଥିପାଇଁ ଗହଣା ଦୋକାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ମାଧୁରୀ ଗହଣା ଦୋକାନରେ ଥିବା ଜାଣିବା ପରେ ତାଙ୍କ ଫ୍ୟାନ୍‌ଙ୍କର ଭିଡ଼ ଜମିଥିଲା। ଦୋକାନରୁ ବାହାରି ଗାଡ଼ି ପର୍ଯ୍ୟନ୍ତ ଆସିବାକୁ ମାଧୁରୀଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଦେଖନ୍ତୁ ଭିଡିଓ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe