Advertisment

ଓଡ଼ିଶାରେ ମାଫିଆ ସରକାର

ଝାରସୁଗୁଡ଼ାରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜୋରଦାର କ୍ୟାମ୍ପେନିଂ। ଦଳୀୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର ଲାଗି ଲଇକେରା ଓ କୋଲାବିରାରେ ଆୟୋଜିତ ବିଶାଳ ଜନସମାବେଶକୁ ଉଦବୋଧନ ଦେଇଥିଲେ ବୈଜୟନ୍ତ। ଏହି ଅବସରରେ ରାଜ୍ୟ ସରକାରଙ୍କୁ କରିଥିଲେ ଶାଣିତ ଆକ୍ରମଣ। ରାଜ୍ୟରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସିଧାସଲଖ ଟାର୍ଗେଟ କରିଥିଲେ। ଓଡ଼ିଶାରେ ଚାଲିଛି ଗୁଣ୍ଡାରାଜ ଶାସନ, ସରକାରରେ ବସିଛନ୍ତି ମାଫିଆ। ରାଜ୍ୟରେ ବଢ଼ିଛି ମହିଳା ବିରୋଧୀ ହିଂସା, ଆଉ ଏଠି ଖୋଦ ମନ୍ତ୍ରୀ ବି ସୁରକ୍ଷିତ ନୁହଁନ୍ତି ବୋଲି ବୈଜୟନ୍ତ କହିଥିଲେ।

author-image
Debendra Prusty

Odisha BjD Bjp Jharsuguda Bypoll