Advertisment

ରାତି ପାହିଲେ ଜାଗର, ସଜେଇ ହୋଇଛି ଶିବାଳୟ

ଏଥର ବି ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବାକୁ ସ୍ଥିର ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Lingaraj Temple

Lingaraj Temple

ରାତି ପାହିଲେ ଆସନ୍ତାକାଲି ଜାଗରଯାତ୍ରା। ଏହାକୁ ନେଇ ଶିବ ଭକ୍ତଙ୍କ ଭିତରେ ଯେତିକି ଉତ୍କଣ୍ଠା, ଶିବାଳୟଗୁଡ଼ିକୁ ସଜେଇବାରେ ଦେଖାଦେଇଛି ସେତିକି ତତ୍ପରତା। ଲିଙ୍ଗରାଜଙ୍କଠୁ ଧବଳେଶ୍ୱର ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡିକରେ ଶିବରାତ୍ରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ବି ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବାକୁ ସ୍ଥିର ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ପାର୍କିଂ ପାଇଁ ୧୩ଟି ସ୍ଥାନ ଚିହ୍ନଟ କରାଯାଇଛି।

Advertisment

ସେହିପରି ପୁରୀରେ ଶ୍ରୀ ଲୋକନାଥଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ଚାଲିଛି ସଜବାଜ। ଏଠାରେ ରାତି ୩ଟାରୁ ଭୋର ୪ ଟାରେ ମଧ୍ୟରେ ମହାଦୀପ ଉଠିବ।

କଟକ ଆଠଗଡର ଧବଳେଶ୍ୱର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ତେବେ ଝୁଲାପୋଲ କିମ୍ବା ଡଙ୍ଗା ଉପରେ ଭକ୍ତମାନଙ୍କ ଯିବା ଆସିବା ବାରଣ କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ମହାନଦୀ ଭିତରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି। ଏଠାରେ ରାତି ପ୍ରାୟ ୧ଟାରେ ମହାଦୀପ ଉଠିବ।

Advertisment

ସେହିପରି ନୟାଗଡ଼ ଜିଲ୍ଲା ଶରଣକୂଳ ସ୍ଥିତ ପ୍ରସିଦ୍ଧ ଲଡ଼ୁବାବାଙ୍କ ପୀଠରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଠାରେ ରାତି ସାଢ଼େ ୧୦ଟା ପରେ ମହାଦୀପ ଉଠିବ।

Lingaraj Temple] Temple