Advertisment

ବିଳମ୍ୱରେ ଉଠିଲା ମହାଦୀପ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ରାତି ୧ଟା ୮ରେ ଶ୍ରୀଲିଙ୍ଗରାଜ ଓ ସକାଳ ୫ଟା ୩୦ରେ ଲୋକନାଥ ପୀଠରେ ଉଠିଲା ମହାଦୀପ

ଅଦ୍ୟତନ ହୋଇଛି
Shiva Ratri

Shiva Ratri

Advertisment

ବିଳମ୍ବିତ ରାତିରେ ଉଠିଲା ଶ୍ରୀଲିଙ୍ଗରାଜଙ୍କ ମହାଦୀପ। ରାତି ୧ଟା ୮ରେ ମହାଦୀପ ଉଠିବା ପରେ ଜାଗର ବ୍ରତ ସାରିଛନ୍ତି ଶ୍ରଦ୍ଧାଳୁ। ଶନିବାର ମହାଶିବରାତ୍ରୀରେ ରାତି ୧୦ଟା ବେଳକୁ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ମହାଦୀପ ଉଠିଥିଲା। ମହାଦୀପଙ୍କୁ ଦର୍ଶନ ପରେ ଜାଗର ବ୍ରତ ଉଦଯାପନ କରିଥିଲେ ଶ୍ରଦ୍ଧାଳୁ।

Advertisment

ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିର ପରିସର ଲୋକରଣ୍ୟରେ ହୋଇଥିଲା। ହଜାର ହଜାର ଭକ୍ତ ମହାଦେବଙ୍କ ଉଦ୍ଦେଶ୍ୟରେ ଦୀପଜାଳି ଜାଗର ପାଳିଥିଲେ। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ଓ ଜାଗର ଜାଳିବା ପାଇଁ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତେବେ ମହାଦୀପ ଉଠିବାରେ ବିଳମ୍ବ ହେବାରୁ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା
ଷଡ଼ଙ୍ଗୀ କହିଛନ୍ତି, ପ୍ରଶାସନ ଏନେଇ ଆଗୁଆ ପଦକ୍ଷେପ ନେବା କଥା। ସେପଟେ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ମହାଦୀପ ପ୍ରସଙ୍ଗରେ ସେବାୟତଙ୍କ ସହ ଆଲୋଚନା ହୋଇଛି।

ସେପଟେ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଭୋର ୪ଟାରେ ମହାଦୀପ ଉଠିଥିଲା ମହାଦୀପ। ଭକ୍ତମାନେ ମହାଦୀପ ଦର୍ଶନ କରିବା ସହ ଜାଗର ବ୍ରତ ଉଦଯାପନ କରିଥିଲେ। ରାତିତମାମ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଜମିଥିଲା। ମହାଶିବରାତ୍ରୀରେ ଦେବଦେବ ମହାଦେବଙ୍କ କୃପା ଲାଭ କରିବାକୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା

Advertisment

ଅନ୍ୟପକ୍ଷରେ ପୁରୀ ଲୋକନାଥ ପୀଠରେ ସକାଳ ୫ଟା ୩୦ରେ ମହାଦୀପ ଉଠିଲା। ସ୍ୱତନ୍ତ୍ର ନୀତିକାନ୍ତି ପରେ ଲୋକନଥ ମନ୍ଦିର
ସେବାୟତଙ୍କ ଦ୍ୱାରା ମହାଦୀପ ଉଠିବା ସହ ଜଗତର ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା। ଏଠାରେ ଭୋର ୪ଟାରେ ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ ହୋଇଥିଲେ ମଧ୍ୟ ଦେଢଘଣ୍ଟାରେ ବିଳମ୍ବରେ ମହାଦୀପ ଉଠିଥିଲା।

ସେହିପରି ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ବିଳମ୍ବିତ ରାତିରେ ମହାଦୀପ ଉଠିଥିଲା। ସମସ୍ତ ନୀତିକାନ୍ତି ପରେ ରାତି ୧ଟାରେ ମହାଦୀପ ଉଠିଥିଲା। ତୃତୀୟ ପ୍ରହର ପୂଜାର୍ଚ୍ଚନା କରାଯାଇ ପ୍ରଭୁଙ୍କ ପାଖରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବା ସହ ଧବଳେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କ ବେଢ଼ା ପରିକ୍ରମା କରାଯାଇ ମହାଦୀପ ଉଠାଯାଇଥିଲା।

MahaShivaratri Bhadrak Puri Lingaraj Temple]
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe