/odisha-reporter/media/post_attachments/uploads/2015/05/vlcsnap-2015-05-01-10h46m22s651.png)
mahajagyan
ଜଗତସିଂହପୁର: ଚାଲିଛି ଶ୍ରୀଜିଉଙ୍କ ଦାରୁଲୀଳା। ଜଗତସିଂହପୁର ଅଢଙ୍ଗଗଡରେ ଦେବୀ ସୁଭଦ୍ରାଙ୍କ ଦାରୁବୃକ୍ଷ ସ୍ଥଳୀରେ ଚାଲିଥିବା ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯାଇଛି। ଆଜି ଅପରାହ୍ଣ ସାଢେ ୩ଟା ସୁଦ୍ଧା ପୂର୍ଣ୍ଣାହୁତି ସଂପନ୍ନ ହୋଇଥିଲା। ଏହାପରେ ଆରମ୍ଭ ହେବ ଗୁପ୍ତପୂଜା। ଗୁପ୍ତପୂଜା ପରେ ପ୍ରଥମେ ସୁନା କୁଢାଡି, ପରେ ରୂପା କୁରାଢିରେ ଦାରୁଙ୍କୁ ସ୍ପର୍ଶ କରାଯିବ। ଏହାପରେ ମହାରଣା ସେବାୟତମାନେ ଲୁହା କୁରାଢୀରେ ଦାରୁ ଛେଦନ ଆରମ୍ଭ କରିବେ।ଏଥିପାଇଁ ଅଢଙ୍ଗଗଡର ନୀଳକଣ୍ଠଶ୍ୱର ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଅଢ଼ଙ୍ଗଗଡରେ ପହଞ୍ଚି ଦେବୀ ସୁଭଦ୍ରାଙ୍କ ଦାରୁକୁ ଦର୍ଶନ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
