Advertisment

Flood in Odisha: ଫୁଲୁଛି ମହାନଦୀ, ଆସୁଛି ବଡ଼ ବନ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀରେ ଆସୁଛି ମଧ୍ୟମରୁ ବଡ଼ ଧରଣର ବନ୍ୟା। ସକାଳ ସୁଦ୍ଧା ଉପର ମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ ହୋଇଛି। କଲମାରୁ ୫ ଲକ୍ଷ, ଇବ୍ ଓ ଭେଡେନ୍‌ରୁ ୨.୫ ଲକ୍ଷ କ୍ୟୁସେକ ଜଳ ଆସୁଛି। ଏମିତି ଭାବେ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ଜଳ ପଶୁଛି। ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ […]

author-image
Niharika Rout
ଅଦ୍ୟତନ ହୋଇଛି
Flood in Odisha: ଫୁଲୁଛି ମହାନଦୀ, ଆସୁଛି ବଡ଼ ବନ୍ୟା

mahanadi-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀରେ ଆସୁଛି ମଧ୍ୟମରୁ ବଡ଼ ଧରଣର ବନ୍ୟା। ସକାଳ ସୁଦ୍ଧା ଉପର ମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ ହୋଇଛି। କଲମାରୁ ୫ ଲକ୍ଷ, ଇବ୍ ଓ ଭେଡେନ୍‌ରୁ ୨.୫ ଲକ୍ଷ କ୍ୟୁସେକ ଜଳ ଆସୁଛି। ଏମିତି ଭାବେ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ଜଳ ପଶୁଛି। ଏବେ ହୀରାକୁଦର ଜଳସ୍ତର ୬୨୫ ଫୁଟ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

Advertisment

ଏବେ ହୀରାକୁଦ ଡ୍ୟାମର  ମୋଟ୍ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। ହୀରାକୁଦକୁ ପ୍ରବେଶ କରୁଛି ୬ ଲକ୍ଷ ୫୬ ହଜାର ୬  କ୍ୟୁସେକ୍‌ ଜଳ। ହୀରାକୁଦରୁ ନିଷ୍କାସିତ ହେଉଛି ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ୍‌ ଜଳ। ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ଦ୍ୱାରା ଫୁଲୁଛି ମହାନଦୀ।

ପରିସ୍ଥିତି ଦେଖି ହୀରାକୁଦର ୩୬ଟି ଗେଟ୍‌ ଖୋଲାଯିବ। ହୀରାକୁଦ ପରେ ମହାନଦୀରେ ତେଲ, ସୁକତେଲ, ଜିରା ନଦୀ ଜଳ ମିଶିବ। ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

Advertisment
Flood In Odisha