Advertisment

ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠନ ହେଲା ଟ୍ରିବ୍ୟୁନାଲ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ପାଇଁ ଗଠନ ହେଲା ଟ୍ରିବ୍ୟୁନାଲ୍। ୩ ଜଣିଆ ଟ୍ରିବ୍ୟୁନାଲ ଗଠନ ନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ ଖାନ୍‌ୱିଲକରଙ୍କୁ ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟ ଦୁଇ ସଦସ୍ୟ ହେଲେ ପାଟନା ହାଇକୋର୍ଟର ବିଚାରପତି ଜଷ୍ଟିସ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଇନ୍ଦରମିତ କୌର କୋଚର୍। ଟ୍ରିବ୍ୟୁନାଲର ତିନି ସଦସ୍ୟଙ୍କୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ମନୋନୀତ କରିଛନ୍ତି।

ଗତ ଜାନୁଆରୀ ୨୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ ଗଠନ କରିଛନ୍ତି। ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିବ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବେଆଇନ୍ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଫେଲ୍ ମାରିବା ପରେ ରାଜ୍ୟ ସରକାର ଟ୍ରିବ୍ୟୁନାଲ୍ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଅନୁୟାୟୀ ଟ୍ରିବ୍ୟୁନାଲ ୩ ବର୍ଷ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ ଓ ଆବଶ୍ୟକ ପଡ଼ିଲେ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଆଉ ୨ ବର୍ଷ ବଢାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe