Advertisment

Mahanadi Water Dispute: ୨୮ରେ ଓଡ଼ିଶା-ଛତିଶଗଡ଼ ଶୀର୍ଷ ନେତୃତ୍ୱସ୍ତରୀୟ ବୈଠକ

ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣିବେଳେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଇବ୍ରିଡ୍ ମୋଡରେ ଟ୍ରିବ୍ୟୁନାଲଙ୍କୁ ବର୍ତ୍ତମାନର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିବା ଓ ୨୮ତାରିଖ ବୈଠକରେ ମହାନଦୀ ଜଳବିବାଦର ସମାଧାନ ସୂତ୍ରକୁ ନେଇ ସହମତି ଆସିବ ବୋଲି କୁହାଯାଉଛି ।

author-image
Prakash Sethi
Water-Dispute-Mahanadi

Mahanadi (File Pic)

ଦୀର୍ଘ ବର୍ଷ ଧରି ଜାରି ରହିଥିବା ମହାନଦୀ ଜଳ ବିବାଦର ଆପୋଷ ସମାଧାନର ମାର୍ଗ ପ୍ରଶସ୍ତ ହୋଇଛି । ଚଳିତମାସ ୨୮ତାରିଖରେ ଓଡ଼ିଶା ଓ ଛତିଶଗଡ଼ର ଶୀର୍ଷ ରାଜନୀତିକ ନେତୃତ୍ୱଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି । ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବୈଠକରେ ମହାନଦୀ ଜଳବିବାଦର ସମାଧାନ ସୂତ୍ରକୁ ନେଇ ସହମତି ଆସିବ ବୋଲି କୁହାଯାଉଛି । ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଶୁଣାଣିବେଳେ ରାଜ୍ୟ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ହାଇବ୍ରିଡ୍ ମୋଡରେ ଟ୍ରିବ୍ୟୁନାଲଙ୍କୁ ବର୍ତ୍ତମାନର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିବା ଜଣାପଡ଼ିଛି । ଟ୍ରିବ୍ୟୁନାଲ ତାଙ୍କର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ତାରିଖକୁ ଧାର୍ଯ୍ୟ କରିଥିବା ସୂଚନା ମିଳିଛି ।

Advertisment


  
୨୮ରେ ଓଡ଼ିଶା-ଛତିଶଗଡ଼ ଶୀର୍ଷ ନେତୃତ୍ୱସ୍ତରୀୟ ବୈଠକ


ଆଜି ଟ୍ରିବ୍ୟୁନାଲରେ ଶୁଣାଣିରେ ରାଜ୍ୟର ପକ୍ଷ ରଖିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଡଭୋକେଟ୍ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଜଳବିବାଦର ସମାଧାନ ପାଇଁ ଉଭୟ ରାଜ୍ୟର ଶୀର୍ଷ ନେତୃତ୍ୱ ମଧ୍ୟରେ ଆସନ୍ତା ଅକ୍ଟୋବର ୨୮ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ମୁଖ୍ୟତଃ ଦୁଇ ରାଜ୍ୟ ମଧ୍ୟରେ ମହାନଦୀ ଜଳ ବଂଟନ ଓ ମହାନଦୀରେ ନିର୍ମାଣାଧୀନ ଜଳ ସହ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଜଳ ପ୍ରକଳ୍ପଗୁଡ଼ିକର ଅନୁମୋଦନ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି ।


ପ୍ରକଳ୍ପ ସମାଧାନ ଦିଗରେ ସହମତି


ସୂଚନା ଅନୁସାରେ, କେନ୍ଦ୍ରୀୟ ଜଳ କମିଶନ(ସିଡବ୍ଲ୍ୟୁସି)ଙ୍କଠାରୁ ଅନୁମତି ଅପେକ୍ଷାରେ ଥିବା ଓଡ଼ିଶାର କେତେକ ଜଳ ପ୍ରକଳ୍ପକୁ ଆଗେଇ ନେବା ପାଇଁ ମଧ୍ୟ ଦୁଇ ରାଜ୍ୟ ସହମତି ଜଣାଇଛନ୍ତି । ଟ୍ରିବ୍ୟୁନାଲ ମଧ୍ୟ ଜଳର ଉଚିତ ବଂଟନ ଏବଂ ବାକି ରହିଥିବା ପ୍ରକଳ୍ପଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ଉଭୟ ରାଜ୍ୟର ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । 

Advertisment


ଦୁଇ ରାଜ୍ୟ ମଧ୍ୟରେ ଜଳବିବାଦର ସମାଧାନ ଦିଗରେ ହୋଇଥିବା ଅଗ୍ରଗତି, ଜଳ ବଂଟନ, ପ୍ରକଳ୍ପ ଅନୁମୋଦନ ଓ କାର୍ଯ୍ୟକାରିତା ପାଇଁ ସମୟସୀମା ଆଦିର ସମୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ଟ୍ରିବ୍ୟୁନାଲ ଦିନ ଧାର୍ଯ୍ୟ କରିଛନ୍ତି । ସେହି ଶୁଣାଣି ସମୟରେ ଉଭୟ Odisha ଓଡ଼ିଶା ଓ ଛତିଶଗଡ଼ର ଜଳସମ୍ପଦ ସଚିବଙ୍କୁ ଉପସ୍ଥିତ ରହିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।


 ସୂଚନାଯୋଗ୍ୟ, ପୂର୍ବ ବିଜେଡି ସରକାରର ଅବହେଳା ଯୋଗୁ ବିଗତ ଦେଢ଼ ଦଶନ୍ଧି ଧରି ଛତିଶଗଡ଼ ସହ ମହାନଦୀ ଜଳ (Mahanadi River) ପ୍ରସଙ୍ଗରେ ବିବାଦ ସୃଷ୍ଟି ହୋଇଛି ।

Odisha Mahanadi River