Advertisment

ମହାନଦୀ ଜଳ ବିବାଦ ମାମଲା: ମାର୍ଚ୍ଚ ୧୫ରୁ କ୍ଷେତ୍ର ପରିଦର୍ଶନ, ସରୁଛି ଟ୍ରିବ୍ୟୁନାଲ କାର୍ଯ୍ୟକାଳ

ସେପଟେ ଟ୍ରିବ୍ୟୁନାଲରର କାର୍ଯ୍ୟକାଳ ମାର୍ଚ୍ଚ ମାସରେ ସରୁଥିବାରୁ ରାଜ୍ୟଗୁଡିକ ଅବଧି ବଢାଇବା ସମ୍ବନ୍ଧରେ ସରକାରଙ୍କୁ ନିବେଦନ କରିବାକୁ କୁହାଯାଇଛି।

Tribunal

Tribunal

Advertisment

ମହାନଦୀ ଜଳ ବିବାଦ ମାମଲାର ଫଇସଲା ପାଇଁ ଆସନ୍ତା ମାର୍ଚ୍ଚ ୧୫ରୁ ସପ୍ତାହେ ଧରି କ୍ଷେତ୍ର ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ। ଏନେଇ ଆଜି ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବୁନାଲ ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି।

Advertisment

ଟ୍ରିବ୍ୟୁନାଲ ସଦସ୍ୟଙ୍କ ପରିଦର୍ଶନ ବେଳେ ଟେକ୍ନିକାଲ ଟିମ୍‌ ଏବଂ ଆସେସର ସ୍ଥାନ ନିରୂପଣ କରିବେ। କ୍ଷେତ୍ର ପରିଦର୍ଶନ ପରେ ବିଚାର ପ୍ରକ୍ରିୟା ଓ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ। ମାର୍ଚ୍ଚ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ସ୍ଥିର ହୋଇଛି।

ସେପଟେ ଟ୍ରିବ୍ୟୁନାଲରର କାର୍ଯ୍ୟକାଳ ମାର୍ଚ୍ଚ ମାସରେ ସରୁଥିବାରୁ ରାଜ୍ୟଗୁଡିକ ଅବଧି ବଢାଇବା ସମ୍ବନ୍ଧରେ ସରକାରଙ୍କୁ ଟ୍ରିବ୍ୟୁନାଲ ପକ୍ଷରୁ କୁହାଯାଇଛି।

Advertisment

ଏନେଇ ଛତିଶଗଡ଼ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଜଗଜିତସିଂହ ଛାବ୍ରା କହିଛନ୍ତି, ଓଡ଼ିଶା ଓ ଛତିଶଗଡ଼ ଭିତରେ ଥିବା ଏହି ସମସ୍ୟା ସମାଧାନ କରିବାକୁ ଦୁଇପକ୍ଷଙ୍କ ଯୁକ୍ତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନକୁ ଯାଞ୍ଚ କରାଯିବ। ମହାନଦୀର ଉତ୍ପତି ସ୍ଥଳରୁ ଶେଷ ସ୍ଥଳ ପର୍ଯ୍ୟନ୍ତ ସବୁ ସ୍ଥାନକୁ ଯାଞ୍ଚରେ ନିଆଯିବ। ଛତିଶଗଡ଼ ଓ ଓଡ଼ିଶା ଭିତରେ ନଦୀର ଗତିପଥ ଯାଞ୍ଚ କରିବାରୁ ୪ଦିନ ଲେଖାଏଁ ସମୟ ଲାଗିପାରେ। ଆବଶ୍ୟକ ପଡ଼ିଲେ ଏରିଏଲ୍ ସର୍ଭେ ମଧ୍ୟ ହୋଇପାରେ। ଏହା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ।

Mahanadi River Water Regulation Authority
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe