Advertisment

ମାହାଙ୍ଗା ଡବଲ ମର୍ଡର ମାମଲା: ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

ମାହାଙ୍ଗା (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ମାମାଲାରେ ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସାଲେପୁର JMFC କୋର୍ଟ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ତଦନ୍ତରେ କାହିଁକି ବିଳମ୍ବ ହେଉଛି ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦେବାକୁ କୁହାଯାଇଛି। ଏହି ମାମଲାର ତଦନ୍ତ କାହିଁକି ଶିଥିଳ ପଡ଼ିଛି ଏବଂ କାହିଁକି ବିଳମ୍ବ ହେଉଛି, ସେ ନେଇ ବିଚାର କରିବାକୁ କୋର୍ଟକୁ ଗତ […]

ଅଦ୍ୟତନ ହୋଇଛି
ମାହାଙ୍ଗା ଡବଲ ମର୍ଡର ମାମଲା: ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍

Murder-case

Advertisment

ମାହାଙ୍ଗା (ଓଡ଼ିଶା ରିପୋର୍ଟର): ମାହାଙ୍ଗା ଡବଲ ମର୍ଡର ମାମାଲାରେ ତଦନ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ସାଲେପୁର JMFC କୋର୍ଟ ଏହି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ତଦନ୍ତରେ କାହିଁକି ବିଳମ୍ବ ହେଉଛି ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦେବାକୁ କୁହାଯାଇଛି।

Advertisment

ଏହି ମାମଲାର ତଦନ୍ତ କାହିଁକି ଶିଥିଳ ପଡ଼ିଛି ଏବଂ କାହିଁକି ବିଳମ୍ବ ହେଉଛି, ସେ ନେଇ ବିଚାର କରିବାକୁ କୋର୍ଟକୁ ଗତ ମେ' ମାସ ୪ ତାରିଖ ଦିନ ଅଭିଯୋଗକାରୀ ରମାକାନ୍ତ ବରାଳ ଲିଖିତ ନିବେଦନ ଦେଇଥିଲେ। ଅନ୍ୟପଟେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ଅନ୍ୟତ୍ର  ବଦଳି ହୋଇଯାଇଛନ୍ତି। ଯାହା ପରେ ଏହି ନିର୍ଦ୍ଦେଶନାମା ବାହାରିଛି। ଫଳରେ ଏବେ କେଉଁ ଅଫିସର ଏହି ତଦନ୍ତର ଭାର ନେଇଛନ୍ତି ଓ ତଦନ୍ତ କାହିଁକି ବିଳମ୍ବ ହେଉଛି ତାହା ଷ୍ଟାଟସ ରିପୋର୍ଟ ଦାଖଲ ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, ଗତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୫) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ମାମଲାରେ ୧୩ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା । ଏପରିକି ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା ।

Advertisment

ତେବେ ପୁଲିସ ଚାର୍ଜସିଟ୍ ଦାଖଲ ବେଳେ ମନ୍ତ୍ରୀଙ୍କ ନାଁକୁ କାଟି ଦେଇଥିବା ନେଇ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ କରିଥିଲେ। ଗତବର୍ଷ ଅଗଷ୍ଟ ୨୫ରେ ଏହାର ଶୁଣାଣି କରି କୋର୍ଟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାହାଙ୍ଗା ଥାନା ଅଧିକାରୀକୁ ନିର୍ଦ୍ଦେଶ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe