Advertisment

ପତ୍ନୀ ଗିରଫ ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି

କଟକ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନାର ବିବାଦୀୟ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ଅଡ଼ୁଆ ବଢ଼ିଛି। ଭିଜିଲାନ୍ସ ଜେରାର ଗୋଟିଏ ଦିନ ପରେ ତାଙ୍କୁ ତତ୍କାଳ ଭାବେ ମାହାଙ୍ଗା ଥାନାରୁ ବଦଳି କରାଯାଇଛି। ସେ ଏବେ କଟକ ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କରିବେ। ଏଥିସହ ମାହାଙ୍ଗା ଥାନାରେ ସ୍ଥାୟୀ ଆଇଆଇସି ନିଯୁକ୍ତି ନହେବା ଯାଏ ଭଦ୍ରେଶ୍ୱର ଏସ୍‌ଆଇ ତପନ କୁମାର ନାୟକ […]

ଅଦ୍ୟତନ ହୋଇଛି
ପତ୍ନୀ ଗିରଫ ହେବା ପରେ ବଦଳିଲେ ମାହାଙ୍ଗା ଥାନା ଆଇଆଇସି

IIC

Advertisment

କଟକ(ଓଡ଼ିଶା ରିପୋର୍ଟର): ଲାଞ୍ଚ ନେଇ ପତ୍ନୀ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ମାହାଙ୍ଗା ଥାନାର ବିବାଦୀୟ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ଅଡ଼ୁଆ ବଢ଼ିଛି। ଭିଜିଲାନ୍ସ ଜେରାର ଗୋଟିଏ ଦିନ ପରେ ତାଙ୍କୁ ତତ୍କାଳ ଭାବେ ମାହାଙ୍ଗା ଥାନାରୁ ବଦଳି କରାଯାଇଛି। ସେ ଏବେ କଟକ ଗ୍ରାମାଞ୍ଚଳ ଏସ୍‌ପି କାର୍ଯ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କାମ କରିବେ। ଏଥିସହ ମାହାଙ୍ଗା ଥାନାରେ ସ୍ଥାୟୀ ଆଇଆଇସି ନିଯୁକ୍ତି ନହେବା ଯାଏ ଭଦ୍ରେଶ୍ୱର ଏସ୍‌ଆଇ ତପନ କୁମାର ନାୟକ ଏହି ପଦରେ କାମ କରିବେ। ତାଙ୍କୁ ଅସ୍ଥାୟୀ ଭାବେ ମାହାଙ୍ଗା ଥାନାର ଦାୟିତ୍ୱ ମିଳିଛି।

Advertisment

ଗତକାଲି ନିହାରଙ୍କୁ ଭିଜିଲାନ୍ସ ଅଫିସରେ ପଚରାଉଚରା ହୋଇଥିଲା। ତଦନ୍ତରେ ସହଯୋଗ କରୁ ନଥିବାରୁ ନୋଟିସ୍ କରିଥିଲା ତଦନ୍ତକାରୀ ସଂସ୍ଥା। ପୂର୍ବରୁ ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ବିବାଦୀୟ ହୋଇଥିଲେ ଆଇଆଇସି ନିହାର ରଞ୍ଜନ। ଏହି ମାମଲାରେ କୋର୍ଟ ମଧ୍ୟ ତାଙ୍କୁ ତାଗିଦ୍ କରିଥିଲେ।

ସୂଚନାଯୋଗ୍ୟ, ନିହାର ରଞ୍ଜନଙ୍କ ପତ୍ନୀ ନିନା ବେଉରା ରାୟଗଡ଼ା ଅବକାରୀ ଅଧୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ରାତିରେ ଭିଜିଲାନ୍ସ ତାଙ୍କ ଗାଡ଼ିରୁ ୬ ଲକ୍ଷ ଟଙ୍କା ଜବତ କରିଥିଲା। ଏତେ ଟଙ୍କା ଅବକାରୀ ଅଧୀକ୍ଷକ କେଉଁଠି ଆଣିଲେ ବୋଲି ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ପତ୍ନୀ ଗିରଫ ହେବାରୁ ଆଇଆଇସି ଚଢ଼ଉ ଭୟରେ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଭିଜିଲାନ୍ସ କହିଥିଲା। ଏହାର ଦିନକ ପରେ ଡକରା ପାଇ ନିହାର ରଞ୍ଜନ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହୋଇଥିଲେ।

Advertisment
Mahanga Corrupt Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe