Advertisment

ମାହାଙ୍ଗା ଗଣହତ୍ୟାରେ ଥାଇପାରେ ଏକାଧିକ ବ୍ୟକ୍ତିଙ୍କ ହାତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣଓସାରିଆ ଘର ଭିତରେ ଜଣେ ବ୍ୟକ୍ତି କେମିତି ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ନେଇଗଲା? ଆକ୍ରମଣ ପରେ ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଗଲା। ହେଲେ ୫ ଜଣଙ୍କୁ ଏକୁଟିଆ ମାରିଥିବା ସତ୍ତ୍ୱେ ତା’ଦେହରେ କେମିତି ରକ୍ତଛିଟା ଲାଗିଲା ନାହିଁ? ଏମିତି ଅସମାହିତ ପ୍ରଶ୍ନ ଭିତରେ ପୁଲିସ ଛନ୍ଦି ହୋଇପଡ଼ିଥିବା ବେଳେ ମୃତ ଅଲେଖ ସାହୁଙ୍କ ଶାଶୂ ରୀନା ପୃଷ୍ଟି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ତାଙ୍କ କହିବା […]

ଅଦ୍ୟତନ ହୋଇଛି
ମାହାଙ୍ଗା ଗଣହତ୍ୟାରେ ଥାଇପାରେ ଏକାଧିକ ବ୍ୟକ୍ତିଙ୍କ ହାତ

Mahanga Quintuple Murder

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଣଓସାରିଆ ଘର ଭିତରେ ଜଣେ ବ୍ୟକ୍ତି କେମିତି ଆକ୍ରମଣ କଲା ଯେ, ଏକାସଙ୍ଗେ ୫ ଜଣଙ୍କ ଜୀବନ ନେଇଗଲା? ଆକ୍ରମଣ ପରେ ଖଟ, ଚଟାଣ, କାନ୍ଥ ଚାରିଆଡ଼େ ରକ୍ତରଂଜିତ ହୋଇଗଲା। ହେଲେ ୫ ଜଣଙ୍କୁ ଏକୁଟିଆ ମାରିଥିବା ସତ୍ତ୍ୱେ ତା’ଦେହରେ କେମିତି ରକ୍ତଛିଟା ଲାଗିଲା ନାହିଁ? ଏମିତି ଅସମାହିତ ପ୍ରଶ୍ନ ଭିତରେ ପୁଲିସ ଛନ୍ଦି ହୋଇପଡ଼ିଥିବା ବେଳେ ମୃତ ଅଲେଖ ସାହୁଙ୍କ ଶାଶୂ ରୀନା ପୃଷ୍ଟି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ତାଙ୍କ କହିବା କଥା, ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସଂପୃକ୍ତି ଥାଇପାରେ। ସିବିଆଇ ତଦନ୍ତ କଲେ ହତ୍ୟା ଉପରୁ ପର୍ଦ୍ଦା ହଟିବ ବୋଲି ସେ କହିଛନ୍ତି।

Advertisment

ମଙ୍ଗଳବାର ବିଳମ୍ୱିତ ରାତିରେ ମାହାଙ୍ଗା କୁସୁପୁର ଗାଁରେ ଗଣହତ୍ୟାକାଣ୍ଡ ଘଟିଥିଲା। ବଡ଼ଭାଇ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସନ୍ଧ୍ୟାକୁ ଅତି ବୀଭାତ୍ସ ଭାବେ ହତ୍ୟା କରାଯାଇଥିଲା। ବଡ଼ ଭାଇର ପୂରା ପରିବାରକୁ ସାନ ଭାଇ ଶିବ ସାହୁ ନିପାତ କରିଥିଲା। ଭାତ୍ରୁ ବିବାଦରୁ ପାଞ୍ଚ ପାଞ୍ଚଟି ମୁଣ୍ଡ ଗଡ଼ିଥିଲା।

ତେବେ ଗାଁ ଲୋକଙ୍କ କହିବା ଅନୁସାରେ ୧୦ରୁ ୧୫ ବର୍ଷ ହେଲା ଘରକୁ ନେଇ ବିବାଦ ଦେଖାଦେଇଥିଲା। ଅନେକ ଥର ଗାଁରେ ସଭା କରି ନିଷାପ କରାଯାଇଥିଲା। ହେଲେ କେହି କାହା ନିଷ୍ପତ୍ତିରେ ରାଜି ହେଉନଥିଲେ। ଯେଉଁଥିପାଇଁ ପରସ୍ପର ବିରୋଧରେ ଦୁଇ ଭାଇ ଥାନାକୁ ଯାଇଥିଲେ। ଥାନାରେ ଅନେକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏପରିକି ବଡ଼ ଭାଇ ଅଲେଖ ସାହୁଙ୍କ ବିରୋଧରେ ସାନ ଭାଇ ଶିବ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରିଥିଲା। ଆଉ ସେହି ବିବାଦ ଉଗ୍ରରୂପ ନେବା ପରେ ବଡ଼ଭାଇର ପରିବାରକୁ ଶିବ ହତ୍ୟା କରିଥିବା ଆଶଙ୍କା କରିଛନ୍ତି ଗାଁ ଲୋକେ।

Advertisment

ସେପଟେ ଆଜି ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ବେଳେ ପାରିବାରିକ ବିବାଦରୁ ଏଭଳି କାଣ୍ଡ ଭିଆଇଥିବା କହିଛି ଶିବ। ଅପରପକ୍ଷେ ପୁଲିସ ଆଜି କଟକରେ ୫ଟି ମୃତଦେହର ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ, ବିଷ ଦିଆଯାଇଥିଲା ନା ନାହିଁ, କେଉଁ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ଆବଶ୍ୟକ ହେଲେ ପୁଲିସ ଶିବ ସାହୁକୁ ରିମାଣ୍ଡରେ ନେଇ କ୍ରାଇମ୍ସିନ ରିକ୍ରିଏଟ କରିବ ବୋଲି କହିଛନ୍ତି ସାଲେପୁର ଏସ୍‌ଡିପିଓ ବିମଳ ପ୍ରସାଦ ବାରିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe