Advertisment

କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କୁ ମିଳିବ ମହାପ୍ରସାଦ

ପୁରୀ (ମଧୁସୂଧନ ମିଶ୍ର); କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ସହଜରେ ମିଳିବ ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହେବ। ବିଶେଷ କାଉଣ୍ଟର କରି ମହାପ୍ରସାଦ ବିକ୍ରି ହେବ। ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି-ଉତ୍ତର ଦ୍ୱାରରେ ଏକ ବଡ଼ କାଉଣ୍ଟର ହେବ। ଲୋକେ କିପରି ସାମାଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଅବଢ଼ା ନେବେ ସେ ନେଇ ବି ବ୍ୟବସ୍ଥା ହୋଇଛି। […]

ଅଦ୍ୟତନ ହୋଇଛି
କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତିକାନ୍ତି ଚୂଡ଼ାନ୍ତ

puri

Advertisment

ପୁରୀ (ମଧୁସୂଧନ ମିଶ୍ର); କାର୍ତ୍ତିକ ମାସରେ ହବିଷ୍ୟାଳୀ ଓ ଶ୍ରଦ୍ଧାଳୁଙ୍କ ପାଇଁ ସହଜରେ ମିଳିବ ମହାପ୍ରସାଦ। ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଏନେଇ ସ୍ଵତନ୍ତ୍ର ବ୍ୟବସ୍ଥା ହେବ। ବିଶେଷ କାଉଣ୍ଟର କରି ମହାପ୍ରସାଦ ବିକ୍ରି ହେବ। ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି-ଉତ୍ତର ଦ୍ୱାରରେ ଏକ ବଡ଼ କାଉଣ୍ଟର ହେବ। ଲୋକେ କିପରି ସାମାଜିକ ଦୂରତା ମାନିବା ସହ କରୋନା କଟକଣା ଭିତରେ ଅବଢ଼ା ନେବେ ସେ ନେଇ ବି ବ୍ୟବସ୍ଥା ହୋଇଛି। ଏନେଇ ସୁଆର ମହାସୁଆର ନିଯୋଗ, ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ସରିଛି।

ଶ୍ରୀମନ୍ଦିର ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ଥିବାରୁ କାର୍ତ୍ତିକ ମାସରେ କିପରି ପତିତପାବନଙ୍କୁ ଦର୍ଶନ କରିପାରିବେ ସେ ନେଇ ବି ବ୍ୟବସ୍ଥା ପାଇଁ ଆଲୋଚନା ଚାଲିଥିବା କହିଛନ୍ତି ଉପଜିଲ୍ଲାପାଳ।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe