ଡ. ବେଣୁଧର ବଳିଆରସିଂହଙ୍କ ପୁସ୍ତକ ‘ମହାର୍ଘ୍ୟ’ ଉନ୍ମୋଚିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଡ. ବେଣୁଧର ବଳିଆରସିଂହଙ୍କ ଟ୍ରଷ୍ଟ ପକ୍ଷରୁ ରେଡକ୍ରସ୍‌ ଭବନରେ ପୁସ୍ତକ ଉନ୍ମୋଚନ ଓ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇଂ ପ୍ରିୟବ୍ରତ ଦାସ ଓ ମୁଖ୍ୟବକ୍ତା ରୂପେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଏଥିସହ ସଭାପତି ଆସନ ଅଳଙ୍କୃତ କରିଥିଲେ ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା। ଏହି […]

book1

book1

Puspanjali Panda
  • Published: Tuesday, 12 February 2019
  • Updated: 12 February 2019, 02:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଡ. ବେଣୁଧର ବଳିଆରସିଂହଙ୍କ ଟ୍ରଷ୍ଟ ପକ୍ଷରୁ ରେଡକ୍ରସ୍‌ ଭବନରେ ପୁସ୍ତକ ଉନ୍ମୋଚନ ଓ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ
ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଇଂ ପ୍ରିୟବ୍ରତ ଦାସ ଓ ମୁଖ୍ୟବକ୍ତା ରୂପେ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଏଥିସହ ସଭାପତି ଆସନ ଅଳଙ୍କୃତ କରିଥିଲେ ବରିଷ୍ଠ ସାହିତ୍ୟିକ ସାତକଡ଼ି ହୋତା।

ଏହି ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ ନିଜର ଅନୁଭୂତି ବର୍ଣ୍ଣନା କରି ଡ. ବେଣୁଧର ବଳିଆରସିଂହଙ୍କର ବହୁମୁଖୀ ବ୍ୟକ୍ତିତ୍ୱ ଓ ଉଚ୍ଚ ଚିନ୍ତାଧାରାର ଆଲୋଚନା କରିଥିଲେ। ଏହାସହ ବେଦ, ଉପନିଷଦ୍‌, ଦ୍ୱିତୀୟ ବିଶ୍ୱଯୁଦ୍ଧ, ଗାନ୍ଧିନୀତି ଓ ପାଇକ ବିଦ୍ରୋହ ଉପରେ ଆଲୋକପାତ କରିଥିଲେ। ଉତ୍ସବରେ ବଡ଼ମ୍ୱା ନରସିଂହପୁରର ସନାତନ ସ୍ୱାଇଁଙ୍କୁ ଟ୍ରଷ୍ଟ ପକ୍ଷରୁ ୫୦୦୦ ଟଙ୍କା ଓ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ପୁସ୍ତକ ‘ମହାର୍ଘ୍ୟ’ ଉନ୍ମୋଚିତ ହୋଇଥିଲା। ସେହିପରି ବେଦପାଠ ଓ ଭଜନ ଗାନ କରାଯାଇଥିଲା। ଏହି ଉତ୍ସବରେ ନରଣଗଡ଼ ଓ ଖୋର୍ଦ୍ଧାରୁ ବହୁ ସଂଖ୍ୟାରେ ଲୋକେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos