Advertisment

ଆସନ୍ତାକାଲି ମହାଶିବରାତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ମହାଦେବଙ୍କୁ ଦର୍ଶନ କରି ଉଜାଗର ରହିବେ ଶ୍ରଦ୍ଧାଳୁ। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାଗର ପାଇଁ ଆଲୋକମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର।  ଭକ୍ତମାନେ ଯେମିତି ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ, ସେଥିଲାଗି ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଟ୍ କରାଯାଇଛି। ଏହାସହ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ମହାଶିବରାତ୍ରୀ

lingaraj

Advertisment

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ମହାଦେବଙ୍କୁ ଦର୍ଶନ କରି ଉଜାଗର ରହିବେ ଶ୍ରଦ୍ଧାଳୁ। ଏନେଇ ରାଜ୍ୟର ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାଗର ପାଇଁ ଆଲୋକମାଳାରେ ଝଲସୁଛି ଲିଙ୍ଗରାଜ ମନ୍ଦିର।  ଭକ୍ତମାନେ ଯେମିତି ଶୃଙ୍ଖଳିତ ଭାବେ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ, ସେଥିଲାଗି ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଟ୍ କରାଯାଇଛି। ଏହାସହ ମନ୍ଦିରର ଶୃଙ୍ଖଳିତ ନୀତିକାନ୍ତି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର କହିଛନ୍ତି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

Advertisment

ଜାଗର ପାଇଁ ରାଉରକେଲାର ବେଦବ୍ୟାସରେ ଥିବା ଚନ୍ଦ୍ରଶେଖର ମନ୍ଦିରରରେ ବ୍ୟାପକ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ପାଇଁ ବ୍ରାହ୍ମଣୀ ନଦୀ କୂଳରେ ବ୍ୟାରିକେଟ୍  ସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଇଥିବା ବ୍ରାହ୍ମଣୀ ତରଙ୍ଗ ଥାନା ଆଇଆଇସି ମହେନ୍ଦ୍ର କୁମାର ପ୍ରଧାନ କହିଛନ୍ତି।

କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠ ଓ ସମ୍ୱଲପୁର  ଜିଲ୍ଲାର ହୁମାରେ ଥିବା ପ୍ରସିଦ୍ଧ ବକ୍ର ଶିବ ମନ୍ଦିରରେ  ମଧ୍ୟ ଜାଗର ଯାତ୍ରା ଲାଗି ପ୍ରସ୍ତୁତି ସରିଯାଇଛି।

Advertisment

ସେହିପରି ପୁରୀ ଲୋକନାଥ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ପ୍ରଭୁ ଚନ୍ଦ୍ରଶେଖର ତଥା ଭଣ୍ଡାର ରକ୍ଷକ ଲୋକନାଥ ଦେବ ଲୋକନାଥ ମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe