Advertisment

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

ଅନୁଗୋଳ (ବିରଜା ଦାଶ): ଅକ୍ଟୋବର ଦୁଇ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଅହିଂସା ବଳରେ ଦେଶକୁ ଇଂରେଜ କବଳରୁ ମୁକ୍ତ କରିଥିବା ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ଆଜି ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ରାତିରେ ତାଳଚେର ଯୁବ ସମାଜସେବୀ ସଂଗଠନର […]

author-image
Manoranjan Sial
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ ଦୁର୍ବୃତ୍ତ

gandhi

ଅନୁଗୋଳ (ବିରଜା ଦାଶ): ଅକ୍ଟୋବର ଦୁଇ ତାରିଖରେ ସମଗ୍ର ଭାରତ ବର୍ଷରେ ପାଳିତ ହୋଇଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ଅହିଂସା ବଳରେ ଦେଶକୁ ଇଂରେଜ କବଳରୁ ମୁକ୍ତ କରିଥିବା ଏହି ମହାନ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଛି। ଆଜି ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲାରୁ ଆସିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତକାଲି ରାତିରେ ତାଳଚେର ଯୁବ ସମାଜସେବୀ ସଂଗଠନର କର୍ମକର୍ତ୍ତାମାନେ ଜଣେ ରୋଗୀଙ୍କୁ ଦେଖା କରିବା ପାଇଁ ମେଡିକାଲ୍‌ ଯାଇଥିଲେ। ଏହି ସମୟରେ ଅମଲାପଡା ମେଡିକାଲ୍‌ ଛକରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯାଇଥିବା ସେମାନେ ଦେଖିବାକୁ ପାଇଥିଲେ। ପ୍ରତିମୂର୍ତ୍ତି ଉପରେ ଲାଲ୍‌ ରଙ୍ଗ ଢ଼ଳାଯାଇଛି। ଏହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ତାଳଚେର ଯୁବ ସମାଜସେବୀ ସଂଗଠନର କର୍ମକର୍ତ୍ତାମାନେ ଆଜି ସକାଳେ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି।

Advertisment

ସୂଚନାରୁ ପ୍ରକାଶ, ପ୍ରତିମୂର୍ତ୍ତି ନିକଟ ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଯେଉଁମାନେ ନିଶାସକ୍ତ ଅବସ୍ଥାରେ ଏପରି କରିଥିବା ସନ୍ଦେହ କରାଯାଉଛି।