ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାରର ପ୍ରତିବାଦ କରି ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ଏହାସହ ମହିଳା କଂଗ୍ରେସର କର୍ମୀମାନେ ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।
ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ହିଂସା, ଧର୍ଷଣ ଓ ସେବାଶ୍ରମରେ ନାବାଳିକା ଗର୍ଭବତୀ ଘଟଣାକୁ ମହିଳା କଂଗ୍ରେସ ନିନ୍ଦା କରିଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜବାବ ରଖିବାକୁ ଗତ ୪ ତାରିଖରେ ଚେତାବନୀ ଦେଇଥିଲା। ତେବେ ଏନେଇ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ନଖିବା ପରେ ମହିଳା କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଥିଲା।
ହାତରେ କଳା ବେଲୁନ୍ ଧରିବା ସହ ଟମାଟ ମାଡ଼ କରିଥିଲେ। ତେବେ ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରୁଥିବାବେଳେ ପୁଲିସ୍ ୫୦ରୁ ଅଧିକ କର୍ମୀଙ୍କୁ ଉଠାଇ ନେଇଥିଲା।
ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାର ପ୍ରତିବାଦରେ ମହିଳା କଂଗ୍ରେସର କର୍ମୀମାନେ କଳା ବେଲୁନ୍ ଧରି ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି। ଦେଖନ୍ତୁ ଭିଡିଓ #Odisha pic.twitter.com/KZgSx4kJa8
— Odisha Reporter (@OdishaReporter) February 15, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Special
ରାଗିଂର ହଟ୍ସ୍ପଟ୍ ବ୍ରହ୍ମପୁର ମେଡିକାଲ୍ କଲେଜ!
2022ରୁ 2024 ପର୍ଯ୍ୟନ୍ତ ତିନି ବର୍ଷର ତଥ୍ୟକୁ ଦେଖିଲେ, ବ୍ରହ୍ମପୁର ମେଡିକାଲ୍ କଲେଜରୁ 25ଟି ଅଭିଯୋଗ ଆସିଛି, ଯାହାକି ଦେଶରେ ଥିବା ଅନ୍ୟାନ୍ୟ ମେଡିକାଲ କଲେଜ ଭିତରେ ସବୁଠାରୁ ଅଧିକ ରହିଛି।

Politics
ବେଲଗାମ୍ ପ୍ରଶାସନ, ମାନୁନାହାନ୍ତି ସଚିବ: ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନାହାନ୍ତି ୮ସଚିବ
ଆଇଏଏସ୍ ଅଫିସରମାନେ ଜିଲ୍ଲା ଗସ୍ତରେ ଯାଇ ରାତ୍ରି ରହଣୀ କରିବାରେ ଆଗ୍ରହ ଦେଖାଉନଥିବା, ଏପରିକି ପ୍ରାୟ ୧୦ଜଣ ସଚିବ(ବରିଷ୍ଠ ଆଇଏଏସ) ବିଗତ ୬ମାସ ମଧ୍ୟରେ ଦିନଟିଏ ବି ଜିଲ୍ଲା ଗସ୍ତରେ ଯାଇନଥିବାର ଅଭାବନୀୟ ଚିତ୍ର ପଦାକୁ ଆସିଛି ।

Politics
ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।

Special
ଦୁର୍ନୀତିରେ ଉବୁଟୁବୁ ‘ଅଳକା’!
ପରିଚାଳନା ପରିଷଦ ବୈଠକ ଜରିଆରେ ବହୁମତକୁ ଗୁରୁତ୍ୱ ନ ଦେଇ ସଭାପତି ବିଶ୍ୱଜିତ୍ ରାଉତ ଅନେକ ମନମୁଖୀ ନିଷ୍ପତ୍ତି ନେବା ଯୋଗୁଁ, ସେଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ବଢ଼ିପାରୁନଥିବାବେଳେ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ନ ଦେଇ ଠକି ଚାଲିଛନ୍ତି।

Politics
ବିଜେଡିର ‘ଲଣ୍ଠନ’ ରାଜନୀତି: ସଂଗଠନ ଓ ବିଧାୟକ ମଧ୍ୟରେ ଫାଟ, ପୁଣି ଦିଲ୍ଲୀ ଗଲେ ନବୀନ
ରାଜ୍ୟରେ କ୍ଷମତାସୀନ ବିଜେପି ପ୍ରତି ବିଜେଡି ନେତୃତ୍ୱ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନଥିବାରୁ ସଂଗଠନ ଓ ବିଧାୟକମାନଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି ।