ଧରା ପଡ଼ିଲେ ରାଜଧାନୀର ନକଲି ମହିଳା ଆଇପିଏସ୍ ଅଫିସର

ଭୁବନେଶ୍ୱର: ଲକଡାଉନ୍ ବେଳେ ରାଜଧାନୀ ଭୁବନେଶ୍ୱରରୁ ବିକୃତ ମାନସିକତାର ଉଦାହରଣ ଦେଖିବାକୁ ମିଳିଛି। ନକଲି ମହିଳା ଆଇପିଏସ ଅଫିସରଙ୍କୁ ଗୁରବାର କମିଶନରେଟ୍ ପୋଲିସ ଅଟକ ରଖିଛି। ମହିଳା ଜଣଙ୍କ କରୋନା କଟକଣା ସମୟରେ ଜରୁରୀ ଜିନିଷ ଆଣିବାକୁ ତଳିଆ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ସେ ଜଣେ କନେଷ୍ଟବଳଙ୍କ ଡ୍ୟୁଟି ପରିବର୍ତ୍ତନ ପାଇଁ ରିଜର୍ଭ ପୋଲିସଙ୍କୁ ବାରମ୍ବାର ଫୋନ କରି ଚାପ ପକାଇଥିବା ଜଣାପଡ଼ିଛି।

ଗିରଫ ହୋଇଥିବା ନକଲି ମହିଳା ଆଇପିଏସ୍ ଅଫିସରଙ୍କ ନାଁ ହେଉଛି ଶର୍ମିଷ୍ଠା ବେହେରା। ସେ ନିଜକୁ ୨୦୧୮ ବ୍ୟାଚର ଆଇପିଏସ୍ ଅଫିସର ବୋଲି ଦର୍ଶାଇଥିଲେ। କେବଳ ଏତିକି ନୁହେଁ ସେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମି (ବିପିଏସପିଏ)ରେ ଦାୟିତ୍ୱରତ ଏବଂ ସେ ସ୍ଥାନୀୟ ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଛନ୍ତି ବୋଲି କହିଥିଲେ।

ମିଳିଥିବା ସୂଚନା ମୁତାବକ, ନିକଟରେ ସେ ରାଜଧାନୀର ବିଭିନ୍ନ ଥାନା ଅଧୀନସ୍ଥ ପୋଲିସ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ଏବଂ ନିଜକୁ ଆଇପିଏସ୍ ଅଫିସର ବୋଲି ପରିଚୟ ଦେଇଥିଲେ। ନିଜର ଆବଶ୍ୟକ ଜିନଷ ଓ ଅନ୍ୟାନ୍ୟ ସେବା ତୁରନ୍ତ ଘରେ ପହଞ୍ଚାଇବାକୁ ସେ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଚାପ ପକାଉଥିଲେ। ଏପରିକି ସେ ପୋଲିସମାନଙ୍କୁ ନଗଦ ଟଙ୍କା, ଖାଦ୍ୟ ଏବଂ ଲକଡାଉନ ପାସ୍ ଯୋଗାଡ଼ିବାକୁ ମଧ୍ୟ କହିଥିଲେ।

ଆହୁରି ପଢ଼ନ୍ତୁ

ଚାଇନା ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକକୁ ଆମେରିକାର ସମର୍ଥନ

ସତରେ ବାରୁଦ ଗଦା ଉପରେ ଛିଡ଼ା ହୋଇଥିବା ସୈନିକର ହୃଦୟଟା ବରଫ ଭଳି ….

ମାସେ ଭିତରେ ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନିର୍ଦ୍ଦେଶ

ପତଞ୍ଜଳୀର କରୋନିଲକୁ ବିକ୍ରି ପାଇଁ ଅନୁମତି, କିନ୍ତୁ…

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ଯଜ୍ଞ କଲେ ରାନୀ ପଣ୍ଡା

ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍

ବିବାଦ ପରେ କରୋନା ଔଷଧକୁ ନେଇ କଥା ବଦଳାଇଲା ରାମଦେବଙ୍କ ପତଞ୍ଜଳୀ

ଭାରତରେ କରୋନା ଟିକା ମିଳିଲେ ପ୍ରଥମେ ଏମାନଙ୍କୁ ଦିଆଯିବ

ଚୀନରୁ ଆସୁଛି ଆଉ ଏକ ମହାମାରୀ ଭୂତାଣୁ

ଦେଶରେ ପ୍ରଥମ କରୋନା ଟିକା ପ୍ରସ୍ତୁତ, ଜୁଲାଇରୁ କ୍ଲିନିକାଲ୍ ଟ୍ରାଏଲ

ଜୁନ୍ ୩୦, ମଙ୍ଗଳବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ