Advertisment

ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା: ଉପରାଷ୍ଟ୍ରପତି

କଟକ (ଓଡ଼ିଶା ରିପୋର୍ଟର): ମାତୃଭାଷା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା ସଦୃଶ। ଆଖି ଠିକ୍‌ ରହିଲେ, ଚଷମା ତାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ତା’ପରେ ଅନ୍ୟ ଭାଷା ଶିଖ। ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। […]

ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା: ଉପରାଷ୍ଟ୍ରପତି

media1

Advertisment

କଟକ (ଓଡ଼ିଶା ରିପୋର୍ଟର): ମାତୃଭାଷା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା ସଦୃଶ। ଆଖି ଠିକ୍‌ ରହିଲେ, ଚଷମା ତାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ତା’ପରେ ଅନ୍ୟ ଭାଷା ଶିଖ। ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

Advertisment

କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ‘ସମାଜ’ ଶତବାର୍ଷିକୀରେ ଯୋଗଦେଇ ନିଜକୁ ଆନନ୍ଦିତ ବୋଲି ଓଡ଼ିଆରେ କହି ଉପରାଷ୍ଟ୍ରପତି ଭେଙ୍କେଆ ନାଇଡୁ ନିଜର ଅଭିଭାଷଣ ଆରମ୍ଭ କରିଥିଲେ।

publive-imageସେ କହିଥିଲେ, ଗରିବଙ୍କ ଉନ୍ନତି ପାଇଁ ‘ସମାଜ’ ଉଦାହରଣୀୟ କାର୍ଯ୍ୟ କରୁଛି। ଲୋକଙ୍କ ପାଇଁ କାମ କରିବା ଖବର କାଗଜର ମୁଖ୍ୟ କାମ। ଗାନ୍ଧିଜୀଙ୍କ ଭଳି ଉତ୍କଳମଣିଙ୍କ ପ୍ରାସଙ୍ଗିକତା ସର୍ବଦା ରହିବ। ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଅନସ୍ୱୀକାର୍ଯ୍ୟ। ଶାସନତନ୍ତ୍ର ଓ ଉନ୍ନତିମୂଳକ କାର୍ଯ୍ୟରେ ଲୋକଙ୍କ ସଂପୃକ୍ତି ଏକାନ୍ତ ଜରୁରୀ। ଲୋକଙ୍କ ସଂପୃକ୍ତି ବଢ଼ାଇବା ଗଣମାଧ୍ୟମର ମୁଖ୍ୟ କାମ। ସାଧାରଣ ଲୋକଙ୍କ ଉନ୍ନତି ପାଇଁ କାମ କରିବା ମିଡିଆର ମୁଖ୍ୟ କାମ। ହେଡ୍ ଲାଇନ୍ ଡେଡ୍ ଲାଇନ ଯେମିତି ନହେବ, ତାହା ମଧ୍ୟ ମନେ ରଖିବାକୁ ପଡ଼ିବ। ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ଭୁଲିବା ଅନୁଚିତ ଏବଂ ସୁଶାସନ ପ୍ରତିଷ୍ଠା ଦିଗରେ ମିଡ଼ିଆର ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

Advertisment

publive-imageସେ ଆହୁରି କହିଛନ୍ତି-“ନ୍ୟୁଜ୍‌ ସହ ଭ୍ୟୁଜ୍‌ ଆଦୌ ମିଶାନ୍ତୁ ନାହିଁ। ସମାଜ ସଂସ୍କାରରେ ମିଡିଆ ନିଜ ଦାୟିତ୍ୱ ଉଚିତ ନିର୍ବାହ କରୁ। ମିଛ ଖବର ମିଡିଆର ବିଶ୍ୱସନୀୟତାକୁ ନଷ୍ଟ କରୁଛି। ତେଣୁ ସତର୍କ ରୁହନ୍ତୁ। ମାତୃଭାଷା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ତୁମ ଆଖି ଓ ଅନ୍ୟ ଭାଷା ତୁମ ଚଷମା। ଆଖି ଠିକ୍‌ ରହିଲେ, ଚଷମା ତାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ପରେ ଅନ୍ୟ ଭାଷା ଶିଖ।”

‘ସମାଜ’ ଶତବାର୍ଷିକୀ ଉତ୍ସବରେ ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ସମାଜ’ ସହ ଗଣମାଧ୍ୟମକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ଗଣମାଧ୍ୟମ ଗଣତନ୍ତ୍ର ପାଇଁ ଅକ୍ସିଜେନ। ମିଡିଆ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ଼ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe