Advertisment

ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କଲେ ସରକାର

ପ୍ରତିଭାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ସ୍ନାତକୋତ୍ତର ପ୍ରତିଷ୍ଠାନର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଥିବାବେଳେ ସୁନାନୀଙ୍କୁ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି।

Odisha

Odisha

Advertisment

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ବ୍ରଜଗୋପାଳ ଆଚାର୍ଯ୍ୟଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ସିଡିଆଇ ଭାବେ ବଦଳି ହୋଇଛି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କ ପାଖରେ ଥିବା ଅତିରିକ୍ତ ଦାୟିତ୍ୱ ଗୃହ(ପ୍ରୋଟୋକଲ)କୁ ପ୍ରତ୍ୟାହାର କରି ନିଆଯାଇଛି।

Advertisment

ବାଲେଶ୍ୱର ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସିଡିଓ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସାହୁଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ, ଓଏଏସ୍ ରାଜେନ୍ଦ୍ର କୁମାର ରଣଜିତଙ୍କୁ କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଶ୍ୱରଞ୍ଜନ ନାୟକଙ୍କୁ ବାଲେଶ୍ୱର ଜିଲ୍ଲା ପରଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର(ପ୍ରଶାସନ), ରାଜେନ୍ଦ୍ର ମିଞ୍ଜଙ୍କୁ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ, ଜୟଶ୍ରୀ ସେନାପତିଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ, ସବ୍ୟସାଚୀ ପଣ୍ଡାଙ୍କୁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସାଧାରଣ ପରିଚାଳକ(ପ୍ରଶାସନ) ଓ ଶମ୍ଭୁ ଭୂଷଣ ମିଶ୍ରଙ୍କୁ ନବୀମୁମ୍ବାଇସ୍ଥିତ ଓଡ଼ିଶା ଭବନର ମ୍ୟାନେଜର ଭାବେ ବଦଳି କରାଯାଇଛି।

ସେହିପରି ଓଏଏସ୍ ଗୁଣମଣୀ ସୁନାନୀ ଓ ପ୍ରତିଭା ପୃଷ୍ଟିଙ୍କୁ ସିନିୟର ଗ୍ରେଡକୁ ପଦୋନ୍ନତି ମିଳିଛି । ପ୍ରତିଭାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ସ୍ନାତକୋତ୍ତର ପ୍ରତିଷ୍ଠାନର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଥିବାବେଳେ ସୁନାନୀଙ୍କୁ ନିଜ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ କୁହାଯାଇଛି । ଓଏଏସ୍ ଧରିତ୍ରୀ ମିଶ୍ରଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ଓ ସେ ଅତିରିକ୍ତ ଭାବେ ଓସମା ଜେନେରାଲ ମ୍ୟାନେଜର ଦାୟିତ୍ୱ ତୁଲାଇବେ । ସେହିପରି ଓଏଏସ୍ ମମତା ରାଣୀ ନାଏକଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।

Advertisment
Odisha Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe