Advertisment

୧୦ ବରିଷ୍ଠ ଓଏଏସ ଅଫିସରଙ୍କ ବଦଳି

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି।

Loka Seva Bhawan

Loka Seva Bhawan

Advertisment

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି। ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ସାଇଦିତ୍ୟ ବିପ୍ଲବ କେଶରୀ ପ୍ରଧାନଙ୍କୁ ଅର୍ଚ୍ଚନାଙ୍କ ସ୍ଥାନକୁ ବଦଳି ହୋଇଛି ।

Advertisment

ଭୁବନେଶ୍ୱର ଇଡକୋ ଜମି ଅଧିକାରୀ ଓଏଏସ୍ ପ୍ରଜ୍ଞାଧାରା ମିଶ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିବାବେଳେ ବାରିପଦା ଆଇଟିଡିଏ ପିଏ ବସନ୍ତ କୁମାର ସେଠୀଙ୍କୁ ବାରିପଦା ଏସଆଇପି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ବଦଳି ହୋଇଛି। ସେ ବାରିପଦା ସରକାରୀ ମେଡିକାଲ କଲେଜର ରେଜିଷ୍ଟ୍ରାର (ପ୍ରଶାସନିକ) ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ନବରଙ୍ଗପୁର ଡେପୁଟି କଲେକ୍ଟର ମୌସୁମୀ ନାଏକଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ, ରାମଚନ୍ଦ୍ର ସୋରେନଙ୍କୁ ବାରିପଦା ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ପାର୍ଥସାରଥୀ ହାସଁଦାଙ୍କୁ ବାଲେଶ୍ୱର ଅତିରିକ୍ତ ଉପଜିଲ୍ଲାପାଳ,ଶାନ୍ତିପ୍ରଭା ପ୍ରଧାନଙ୍କୁ ଗୁଣୁପୁର ଆଇଟିଡିଏ ପିଏ, ପ୍ରତିଭା ପୃଷ୍ଟିଙ୍କୁ ବୋର୍ଡ ଅଫ ରେଭନ୍ୟୁରେ ଡେପୁଟି ସଚିବ ଓ ଦିଲ୍ଲୀପ କୁମାର ବେହରାଙ୍କୁ ରାୟଗଡ଼ା ଆଇଟିଡିଏ ପିଏ ଭାବେ ବଦଳି ହୋଇଛି।

Advertisment
Odisha Oas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe