DSCN1767
ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡାର ଅଞ୍ଚଳରୁ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ ଜବତ କରିଛି ମାଲାକାନାଗିରି ପୋଲିସ । ଏକ ଟ୍ରକ ଯୋଗେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ମାଲକାନାଗିରି ଏସପି ମିତ୍ରଭାନୁ ମହାପାତ୍ର ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଟ୍ରକରୁ ୧୮ଟି ପ୍ୟାକେଟରେ ଥିବା ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ସହ ୭ ଜଣଙ୍କୁ ଗିରଫ କରିଛି । ଏଥିରେ ସଂପୃକ୍ତ ଅଭିଯୋଗରେ ୫ ଜଣ ହୋମଗାର୍ଡ ସମେତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ କୋର୍ଟ ଚାଲଣ କରିଛି ମାଲାକାନାଗିରି ପୋଲିସ । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଦୋରାଗୁଡ଼ା ପଞ୍ଚାୟତର ଆରଏସିସି ଗ୍ରାମର ପ୍ରତାପ ସାଗର, ଚିତ୍ରକୋଣ୍ଡା ଅପରଟର କଲୋନୀର ହୋମଗାର୍ଡ କୁମୁଟି ମାଣ୍ଡି, ଗୋଲକ ବିହାରୀ କାଣ୍ଡି, ଏମ ଲୋଧା ରାଜୁ, ଚିତ୍ରକୋଣ୍ଡାର ସନ୍ତୋଷ କୁମାର ଏକା, ଡ୍ରାଇଭର ଭିରା ବାବୁ , ହେଲପର କେ ବାସୁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/DSCN1767.jpg)