Advertisment

ଜେଲ୍‌ରେ ସଜା କାଟୁଛନ୍ତି ୨ ଗଞ୍ଜା, ମିଳୁନି ଜାମିନ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜୁଆ ଖେଳ ବେଳେ ଚଢ଼ାଉ କଲା ପୁଲିସ୍‌। ୨ ଜୁଆଡ଼ିଙ୍କ ସହ ଗଞ୍ଜା ୨ଟିକୁ ବି ବାନ୍ଧି ନେଇ ଜେଲ୍‌ରେ ପଶାଇଲେ। ଜୁଆଡ଼ି ୨ ଜଣ ଜାମିନରେ ପଳାଇ ଆସିଥିବା ବେଳେ ଗଞ୍ଜା ୨ଟିକୁ କିନ୍ତୁ ଜାମିନରେ ନେବାକୁ କେହି ଆଗଭର ନୁହନ୍ତି। ତେଣୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଗଞ୍ଜା ୨ଟି ଜେଲ୍‌ରେ ସଜା କାଟୁଥିବା ବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୁଲିସ୍‌। ଏପରି ଘଟଣା ଦେଖିବାକୁ ମିଳିଛି […]

ଅଦ୍ୟତନ ହୋଇଛି
ଜେଲ୍‌ରେ ସଜା କାଟୁଛନ୍ତି ୨ ଗଞ୍ଜା, ମିଳୁନି ଜାମିନ

cock-2

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ଜୁଆ ଖେଳ ବେଳେ ଚଢ଼ାଉ କଲା ପୁଲିସ୍‌। ୨ ଜୁଆଡ଼ିଙ୍କ ସହ ଗଞ୍ଜା ୨ଟିକୁ ବି ବାନ୍ଧି ନେଇ ଜେଲ୍‌ରେ ପଶାଇଲେ। ଜୁଆଡ଼ି ୨ ଜଣ ଜାମିନରେ ପଳାଇ ଆସିଥିବା ବେଳେ ଗଞ୍ଜା ୨ଟିକୁ କିନ୍ତୁ ଜାମିନରେ ନେବାକୁ କେହି ଆଗଭର ନୁହନ୍ତି। ତେଣୁ ପ୍ରାୟ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଗଞ୍ଜା ୨ଟି ଜେଲ୍‌ରେ ସଜା କାଟୁଥିବା ବେଳେ ଉଭୟଙ୍କୁ ନିଲାମ କରାଯିବ ବୋଲି କହିଛି ପୁଲିସ୍‌। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ସୀମାକୁ ଲାଗିଥିବା ତେଲାଙ୍ଗାନା ରାଜ୍ୟ ଖମାମ ଜିଲ୍ଲାର ବାନାପୁରମରେ।

Advertisment

[caption id="attachment_618043" align="aligncenter" width="650"]two roosters in the prison ଜେଲ୍‌ରେ ଥିବା ୨ଟି ଗଞ୍ଜା।[/caption]

ଗତମାସରେ ପୋଙ୍ଗଲ ପୂର୍ବରୁ ଜାନୁଆରୀ ୧୦ରେ ତେଲେଙ୍ଗାନାର ବିଭିନ୍ନ  ଅଞ୍ଚଳରେ ଜୁଆଖେଳ ହେଉଥିଲା ।  ସମ୍ପୃକ୍ତ ଗଞ୍ଜା ଦୁଇଟିକୁ ସେଠାରେ ବାଜି ଲଗାଯାଇଥିଲା । ଯେଉଁ ଗଞ୍ଜା ଜିତିବ ସେ ମାଲିକ ବାଜିରେ ଲାଗିଥିବା ସବୁ ଟଙ୍କା ନେବ ବୋଲି ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ଏମିତି ଏକ ଜୁଆ  ଖେଳ ଚାଲିଥିବା  ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚିଥିଲା ।

Advertisment

ଏହାପରେ  ୨ ଜୁଆଡ଼ିଙ୍କ ସହ ୨ ଗଞ୍ଜାକୁ ନେଇ ପୁଲିସ୍‌ ଜେଲ୍‌କୁ ପଠାଇ ଦେଇଥିଲା । ଜୁଆଡ଼ି ଦୁହେଁ ଜାମିନରେ ମୁକୁଳିଗଲେ, ହେଲେ ଗଞ୍ଜା ୨ଟାକୁ କେହି ଜାମିନରେ ନେବାକୁ ଆସିଲେନି । ତା ପରଠାରୁ ୨ଟି ଯାକ ଗଞ୍ଜା ଜେଲ୍ ହାଜତରେ ରହିଛନ୍ତି । ଏବେ ପୁଲିସ୍‌ କହୁଛି, କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗଞ୍ଜା ୨ଟିକୁ ନିଲାମ କରାଯିବ।

ଅଧିକ ପଢ଼ନ୍ତୁ>> ସାବତ ପୁଅକୁ ବିବାହ କରିଥିଲେ, ଝିଅ ଜନ୍ମ ପରେ ହେଲା ଖୁଲାସା

Odia Offbeat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe