/odisha-reporter/media/post_attachments/uploads/2020/09/mao-1-1.jpg)
mao-1
ମାଲକାନଗିରି/କୋରାପୁଟ (ଓଡ଼ିଶା ରିପୋର୍ଟର) ମାଲକାନଗିରିରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। SPଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୨ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ଥିଲା। ମାଓ କ୍ୟାମ୍ପରେ ବହୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବାରୁ ସେହି ଭୟରେ ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ଏହା ସହିତ କୋରାପୁଟରେ ମଧ୍ୟ ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି । ଡିଜିଙ୍କ ଗସ୍ତ ବେଳେ ତାଙ୍କ ନିକଟରେ ସେହି ମାଓବାଦୀ ଜଣକ ଆତ୍ମସମର୍ପଣ କରିଛି। ତାର ନାଁ ହେଉଛି ତାଲସ ହୁଇକା। ଘର ନାରାୟଣପାଟଣା ପିଲିବୋର ଗାଂରେ । ୨୦୧୨ରେ ସେ ଲାଲବାହିନୀରେ ସାମିଲ ହୋଇଥିଲା। ଆଜି ପୁଲିସ ଡିଜି ସ୍ୱତନ୍ତ୍ର ହେଲିକପ୍ଟରରେ ମାଲକାନଗିରିର ମାଥିଲି ଥାନା ଅନ୍ତର୍ଗତ ଟେମ୍ରୁପାଲିରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଛନ୍ତି । ବୈଠକରେ ବିଏସ୍ଏଫର ବରିଷ୍ଠ ଅଧିକାରୀ ଓ ମାଲକାନଗିରି ଏସ୍ପି ଉପସ୍ଥିତ ଥିଲେ।
ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ସହ ଆଲୋଚନା କରିଥିଲେ ପୁଲିସ ଡିଜି । ଏହାପୂର୍ବରୁ ଡିଜି କୋରାପୁଟର ସୁନାବେଡ଼ାଠାରେ ମାଓ ବିରୋଧୀ ରଣନୀତିର ସମୀକ୍ଷା କରିଥିଲେ। ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସ୍ଏଫ ଆଇଜି, ଆଇଜି ହେଡ୍କ୍ୱାର୍ଟର୍ସ ଓ କୋରାପୁଟ ଏସ୍ପି ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
