/odisha-reporter/media/post_attachments/uploads/2021/05/river.jpg)
river
ଚିତ୍ରକୋଣ୍ଡା (ଓଡ଼ିଶା ରିପୋର୍ଟର): ଡଙ୍ଗା ବୁଡ଼ି ମା’, ଛୁଆ ସମେତ ତିନିଜଣ ନିଖୋଜ ହୋଇଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜ଼ିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ। ଏଠାକାର କାଲିମେଳା ଜଳଭଣ୍ଡାରର ଓରାପଦର ଘାଟରେ ଡଙ୍ଗା ବୁଡ଼ିଯିବାରୁ ୩ ଜଣ ନିଖୋଜ ହୋଇଥିବା ଜଣାପଡ଼ିଛି।
Advertisment
ସୂଚନା ଅନୁଯାୟୀ, ୧୧ ଜଣଙ୍କୁ ନେଇ ଦେଶୀ ଡଙ୍ଗାଟି ଓରାପଦରରୁ ବକୁଲି ଯାଉଥିଲା । ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା । ତେବେ ୧୧ ଜଣଙ୍କ ମଧ୍ୟରୁ ୮ ଜଣ ପହଁରି କୂଳକୁ ଆସିଥିବା ପହଞ୍ଚିଯାଇଥିବା ବେଳେ ବାକି ତିନି ଜଣ ନିଖୋଜ ଅଛନ୍ତି ।
ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଗ୍ରାମବାମୀମାନେ ଦମଦାରଗୁଡାର ବୋଲି ଜଣାପଡ଼ିଛି। ତେବେ ଡଙ୍ଗାଟି କେମିତି ବୁଡ଼ିଲା, ତାହା ଜଣା ପଡ଼ିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
